Jammu & Kashmir Aattck: ତୁମେ ହିନ୍ଦୁ ନା ମୁସଲ୍‌ମାନ; ଆଉ ତାପରେ ଫୁଟିଲା ଗୁଳି

ଜମ୍ମୁ-କାଶ୍ମୀର ଆତଙ୍କୀ ହମ୍‌ଲାରେ ସାରା ଦେଶ ସ୍ତବ୍ଧ । ସବୁଠି ହାହାକାର । ମୃତ୍ୟୁ ବି ଦେଖିଲା ଧର୍ମ। ହିନ୍ଦୁ ମାନଙ୍କୁ ମାରିଦେଲେ ଆତଙ୍କବାଦୀ । ପଚାରିଲେ ନାମ କଣ ଆଉ ସେହି ଅନୁସାରେ ଗୁଳି ବର୍ଷା।

ପହଲଗାମର ବୈସରନ ଉପତ୍ୟକାରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହା ଏକ ଟାର୍ଗେଟ୍ ଷ୍ଟ୍ରାଇକ୍ ଥିଲା; ଯେଉଁଥିରେ କିଛି ଆତଙ୍କବାଦୀ ଛଦ୍ମବେଶରେ ଥିଲେ ବୋଲି ଅନୁମାନ କରାଯାଉଛି। ଅପରାହ୍ନ ସାଢ଼େ ଦୁଇଟା ବେଳେ ପ୍ରଥମେ ସେମାନେ ଏକ ଉଚ୍ଚସ୍ଥାନରୁ ଲୋକଙ୍କୁ ଗୁଳି ମାରିଥିଲେ।

Jammu amp amp Kashmir Attack

କେତେକ ପର୍ଯ୍ୟଟକ ଘୋଡ଼ାରେ ବୁଲୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଘେରିଯାଇ ଗୁଳିମାଡ଼ କରିଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଟିଆର୍‌ଏଫ୍‌ ଆତଙ୍କବାଦୀ ତନଜିମ୍‌ର ସମ୍ପୃକ୍ତି ରହିଛି। ୨ରୁ ୩ ଜଣ ଆକ୍ରମଣକାରୀ ପୁଲିସ/ସେନା ପୋଷାକ ପିନ୍ଧିଥିଲେ ଏବଂ ଆଉ ଦୁଇ ଜଣ ସ୍ଥାନୀୟ ପରିଧାନରେ ଥିଲେ। କେତେକ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ 'ତୁମେ ହିନ୍ଦୁ ନା ମୁସଲ୍‌ମାନ' ବୋଲି ପଚାରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ।

ହିନ୍ଦୁ ବୋଲି ଜାଣିବା ମାତ୍ରେ ଗୁଳି କରିଥିବା ସଂପର୍କୀୟମାନେ କହିଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋର୍‌ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଘଟଣାସ୍ଥଳକୁ ସିଆର୍‌ପିଏଫ୍‌ର ଅତିରିକ୍ତ କ୍ୱିକ୍ ରିଆକ୍ସନ ଟିମ୍ (କ୍ୟୁଆର୍‌ଟି) ପଠାଯାଇଛି। ସୁରକ୍ଷା କର୍ମୀ ସେଠାରେ ବିଶାଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ସେପଟେ ଏହି ଆକ୍ରମଣ ପାଇଁ ଟିଆର୍‌ଏଫ୍‌ (ଦ ରେଜିଷ୍ଟାନ୍ସ ଫୋର୍ସ) ନିଜକୁ ଦାୟୀ କରିଛି। ଏହା ଲସ୍କର-ଏ-ତୋଏବା ସହ ଜଡ଼ିତ ଏକ ଆତଙ୍କବାଦୀ ସଂଗଠନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୃଣ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଜମ୍ମୁ-କାଶ୍ମୀର ଆତଙ୍କୀ ହମ୍‌ଲା ପରେ ହାଇଆଲର୍ଟରେ ଦିଲ୍ଲୀ, ମୁମ୍ବାଇ ।
ପର୍ଯ୍ୟଟନସ୍ଥଳୀ ଉପରେ କଡ଼ା ନଜର ନିର୍ଦ୍ଦେଶ । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ିଲା ।

ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୈବାର ସହଯୋଗୀ ସଂଗଠନ ଟିଆରଏଫ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି । ତେବେ ପୋଲିସ ପୋଷାକରେ ଆସି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ ।

ପହଲଗାମ ନିକଟସ୍ଥ ବେତାବ ଉପତ୍ୟକାର ୧୦ କିଲୋମିଟର ଦୂରରେ ବୈସାରନ ଅଞ୍ଚଳକୁ ଆତଙ୍କବାଦୀମାନେ ଆସି ପ୍ରଥମେ ଜଣଜଣଙ୍କର ନାମ ପଚାରିଲେ ଏବଂ ଏହାପରେ ଗୁଳି ଚଳାଇଥିଲେ । ଯେଉଁମାନେ ମୁସଲମାନ ନଥିଲେ ସେମାନଙ୍କୁ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

୨୦୧୯ ଫେବୃଆରୀ ପୁଲଓ୍ବାମା ଆକ୍ରମଣ ପରେ ଏହା କାଶ୍ମୀରରେ ସବୁଠାରୁ ବଡ ଆତଙ୍ଗୀ ଆକ୍ରମ ବୋଲି କୁହାଯାଉଛି । ତେବେ ମୋଦୀ ସାଉଦୀରୁ ଫେରି ବୈଠକ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+