Jammu Kashmir and Haryana Election Results 2024 Live: ହରିୟାଣାରେ ବିଜେପି ଏବଂ ଜମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ
Jammu Kashmir and Haryana Election Results 2024 Live: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଛି। ସମସ୍ତ ଏକଜିଟ୍ ପୋଲ୍କୁ ପଛରେ ପକାଇ ବିଜେପି ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ରାଜ୍ୟରେ ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଛି। ସମସ୍ତ ଏକଜିଟ୍ ପୋଲରେ କଂଗ୍ରେସ ଏକ ବଡ ବିଜୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା କିନ୍ତୁ ଆସିଥିବା ଫଳାଫଳକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ ବିଜେପି ଆଗରେ ଅଛି। ରାଜ୍ୟର ୯୦ ବିଧାନସଭା ଆସନରୁ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୪୬ ଥିବାବେଳେ ବିଜେପି ଏହା ଟପି ସାରିଛି। କଂଗ୍ରେସ ସପକ୍ଷରେ ଥିବା ଜାଟ୍ ଭୋଟ୍ ବିଜେପିକୁ ମିଳିଛି।

ସେହିଭଳିଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ। ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେଉଥିଲା।
ଏନସି ଓ କଂଗ୍ରେସ ଏକାଠି ୪୯ଟି ଆସଜନ ଜିତିଛନ୍ତି। ତେବେ ଏନସି ମେଣ୍ଟରେ ବଡ଼ ଭାଇ ଭୂମିକାରେ ରହିଛି। ଦଳ ଏକାକୀ ୪୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତକୁ ୬ଟି ଆସନ ଯାଇଛି। ସେହିପରି ମେଣ୍ଟରେ ଥିବା ସିପିଏମ ଗୋଟିଏ ଆସନ ପାଇଛି।
ଏକାକୀ କେବେ ହେଲେ ଜମ୍ମୁ-କଶ୍ମୀରରେ ସରକାର ଗଠନ କରି ନଥିବା ବିଜେପି ୨୯ଟି ଆସନ ଜିତିଛି। ଦଳ ଅଧିକାଂଶ ଆସନ ଜମ୍ମୁ ଅଞ୍ଚଳରେ ପାଇଛି। ୨୦୧୪ରେ ଦଳ ୨୫ଟି ଆସନ ଜିତିଥିବା ବେଳେ ଏଥର ଏହା ୨୯କୁ ବୃଦ୍ଧି ପାଇଛି।
ଦେଶ ପ୍ରଥମ ଧାରଣା ଉପରେ ବିଜେପି କାମ କରେ: ପ୍ରଧାନମନ୍ତ୍ରୀ ମୋଦୀ
ବର୍ତ୍ତମାନ ଲକ୍ଷପତ ଦିଦି ଏବଂ ଡ୍ରୋନ୍ ଦିଦି ହରିୟାଣାରେ ତିଆରି ହେବାକୁ ଯାଉଛନ୍ତି। ଯେତେବେଳେ ମା ଏବଂ ଭଉଣୀମାନେ ସମୃଦ୍ଧ ହେବେ , ସମଗ୍ର ପରିବାର ଉପକୃତ ହେବେ । ନେସନ ଫାଷ୍ଟ୍ ସଂକଳ୍ପ ଉପରେ ବିଜେପି ସରକାର କାର୍ଯ୍ୟ କରୁଛି। ଗତ ୧୦ ବର୍ଷ ମଧ୍ୟରେ ହରିୟାଣା ସରକାରଙ୍କ ଉପରେ ଲାଗି ନାହିଁ କୌଣସି ଭ୍ରଷ୍ଟାଚାରର ଦାଗ ବୋଲି ପିଏମ ମୋଦି କହିଛନ୍ତ ।
ଆଜି ହରିୟାଣାର ଫଳାଫଳ ସ୍ପଷ୍ଟ କରିଛି ଯେ କଂଗ୍ରେସ ସଂପୂର୍ଣ୍ଣ ପରଜୀବୀ ଦଳରେ ପରିଣତ ହୋଇଛି। ଜାମ୍ମୁ କାଶ୍ମୀରରେ ଏହାର ସହଯୋଗୀ ଦଳ ଭୟଭୀତ ହୋଇ କହିଥିଲା ଯେ କଂଗ୍ରେସ ଯୋଗୁଁ ଏହା କ୍ଷତିର ସମ୍ମୁଖୀନ ହେଉଛି ଏବଂ ତାହା ହିଁ ଘଟିଛି। ଲୋକସଭାରେ ମଧ୍ୟ ସମାନ ଘଟଣା ଘଟିଥିଲା
କଂଗ୍ରେସ ପରଜୀବୀ ଦଳ: ପ୍ରଧାନମନ୍ତ୍ରୀ ମୋଦୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି, ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ହରିୟାଣାର 90 ଟି ବିଧାନସଭା ଆସନ ମଧ୍ୟରୁ ବିଜେପି 48 ଟି ସିଟ୍ ଜିତିଛି।
#WATCH दिल्ली: केंद्रीय गृह मंत्री अमित शाह भाजपा मुख्यालय पहुंचे। pic.twitter.com/NxzjvAQicy
— ANI_HindiNews (@AHindinews) October 8, 2024
ଜାଣନ୍ତୁ ଜମ୍ମୁ କାଶ୍ମୀରରେ କାହାକୁ ମିଳିଲା କେତେ ଆସନ
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ। ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେଉଥିଲା। ଏନସି ଓ କଂଗ୍ରେସ ଏକାଠି ୪୯ଟି ଆସଜନ ଜିତିଛନ୍ତି। ତେବେ ଏନସି ମେଣ୍ଟରେ ବଡ଼ ଭାଇ ଭୂମିକାରେ ରହିଛି। ଦଳ ଏକାକୀ ୪୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତକୁ ୬ଟି ଆସନ ଯାଇଛି। ସେହିପରି ମେଣ୍ଟରେ ଥିବା ସିପିଏମ ଗୋଟିଏ ଆସନ ପାଇଛି। ଏକାକୀ କେବେ ହେଲେ ଜମ୍ମୁ-କଶ୍ମୀରରେ ସରକାର ଗଠନ କରି ନଥିବା ବିଜେପି ୨୯ଟି ଆସନ ଜିତିଛି। ଦଳ ଅଧିକାଂଶ ଆସନ ଜମ୍ମୁ ଅଞ୍ଚଳରେ ପାଇଛି। ୨୦୧୪ରେ ଦଳ ୨୫ଟି ଆସନ ଜିତିଥିବା ବେଳେ ଏଥର ଏହା ୨୯କୁ ବୃଦ୍ଧି ପାଇଛି।
Top Fight - ଲଙ୍ଗେତ୍
ଖୁରସିଦ୍ ଅହମ୍ମଦ ଶିଖ୍
(ସ୍ୱାଧୀନ)
Won
ଇରଶାଦ ହୁସେନ୍ ଗାନାଇ
(କଂଗ୍ରେସ)
Lost
Top Fight - ଲଡୱା
ନୟାବ ସିଂ ସାଇନି
(ବିଜେପି)
Won
ସପନା ବାର୍ସାମି
(ଆଇଏନଏଲଡି)
Lost
Top Fight - ସେଣ୍ଟାଲ୍ ସଲ୍ଟେଙ୍ଗ୍
ତାରିକ୍ ହମିଦ କର୍ରା
(କଂଗ୍ରେସ)
Won
ଅବଦୁଲ କାୟୁମ୍ ଭଟ୍ଟ
(ପିଡିପି)
Lost
ଜମ୍ମୁ ଫଳାଫଳକୁ ନେଇ ଓମାର ଅବଦୁଲ୍ଲା କହିଲେ...
ନେସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି, ଜାମ୍ମୁ କାଶ୍ମୀରର ଲୋକମାନେ ଏହି ରାୟ ଦେଇଛନ୍ତି, କେହି ଅସ୍ୱୀକାର କରିପାରିବେ ନାହିଁ ଯେ ଯଦି ଏଠାକାର ଲୋକମାନେ କୌଣସି ପାର୍ଟିକୁ ପସନ୍ଦ କରନ୍ତି, ତେବେ ଏହା ହେଉଛି ନେସନାଲ କନଫରେନ୍ସ.. ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି
#WATCH गंदेरबल, जम्मू-कश्मीर: जम्मू-कश्मीर नेशनल कॉन्फ्रेंस के उपाध्यक्ष उमर अब्दुल्ला ने कहा, "जम्मू-कश्मीर के लोगों ने अपना फैसला सुनाया है...अभी कुछ सीटों के नतीजे आने बाकी हैं लेकिन इस चीज से कोई इंकार नहीं कर सकता कि यहां के लोगों ने अगर किसी पार्टी को पसंद किया है तो वो… pic.twitter.com/GmWaljtMCb
— ANI_HindiNews (@AHindinews) October 8, 2024
'ନେସନାଲ କନଫରେନ୍ସ ଏବଂ କଂଗ୍ରେସକୁ ଜନାଦେଶ'
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଲୋକମାନେ ନେସନାଲ କନଫରେନ୍ସ ଏବଂ ଭାରତୀୟ ଜାତୀୟ କଂଗ୍ରେସର ମିଳିତ ମଞ୍ଚକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ବହୁମତ ସହ ଜିତିଛନ୍ତି, ସରକାର ଗଠନ ହେବ। ... "
#WATCH दिल्ली: कांग्रेस सांसद जयराम रमेश ने कहा, "जम्मू-कश्मीर के जनता ने नेशनल कॉन्फ्रेंस और इंडियन नेशनल कांग्रेस के गठबंधन को स्पष्ट जनादेश दिया है। भारी बहुमत से उनको जीताया है, सरकार बनेगी..." pic.twitter.com/npcX1huXCk
— ANI_HindiNews (@AHindinews) October 8, 2024
ହରିୟାଣା ନିର୍ବାଚନର ଫଳାଫଳ ଉପରେ ପୱନ ଖେଡାଙ୍କ ପ୍ରତିକ୍ରିୟା...
ହରିୟାଣା ନିର୍ବାଚନର ଫଳାଫଳ ଉପରେ କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଯେ ଫଳାଫଳ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଏବଂ ଆମେ ଏହା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି କହିବୁ। ଏହିପରି ଅଭିଯୋଗ କ୍ରମାଗତ ଭାବେ ଆସୁଛି । ତିନୋଟି ଜିଲ୍ଲା ହିସର, ମହେନ୍ଦ୍ରଗଡ ଏବଂ ପାନିପାଟରୁ ଆମର ପ୍ରାର୍ଥୀଙ୍କ ବିଷୟରେ ନିରନ୍ତର ଅଭିଯୋଗ ରହିଛି। କିଛି ମେସିନର ବ୍ୟାଟେରୀ ୯୯% ଚାର୍ଜ ଥିଲା , ଏବଂ ସେଭଳି କିଛି ଆସନରେ ଆମର ପ୍ରାର୍ଥୀ ପରାଜିତ ହୋଇଥିବାର ଦେଖଯାଉଛି ।
'ବିଜେପି ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିଛି'
ତୃତୀୟ ଥର ପାଇଁ ହରିୟାଣାରେ କୌଣସି ଦଳ ସରକାର ଗଠନ କରିନାହାଁନ୍ତି। ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ କରିଛି, ଲୋକମାନଙ୍କୁ ଧନ୍ୟବାଦ: ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର
#WATCH दिल्ली: हरियाणा के पूर्व मुख्यमंत्री और केंद्रीय मंत्री मनोहर लाल खट्टर ने कहा, "कांग्रेस लगातार झूठ फैलाने का काम कर रही थी लेकिन जनता ने उनकी बात को नकारा... सरकार की जो काम करने की नीतियां हैं, जो उपलब्धियां हैं उसे जनता ने स्वीकार किया... यह अपने-आप में एक रिकॉर्ड बना… pic.twitter.com/6yvutWMAlF
— ANI_HindiNews (@AHindinews) October 8, 2024
ବିଜେପିକୁ ଅଭିନନ୍ଦନ ଜଣାଇଲେ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ
ହରିୟାଣା ନିର୍ବାଚନ ଫଳାଫଳର ଧାରା ଉପରେ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଧାରାକୁ ଦେଖି ସେ କହିଛନ୍ତି, "ମୁଁ ବିଜେପିକୁ ଅଭିନନ୍ଦ ** ନ ଜଣାଉଛି କାରଣ ଏତେ ସଂଖ୍ୟକ ବିରୋଧୀ ତରଙ୍ଗ ପରେ ମଧ୍ୟ ସେମାନେ ହରିୟାଣାରେ ସରକାର ଗଠନ କରୁଛନ୍ତି। କଂଗ୍ରେସ ଦଳ ଏହାର ରଣନୀତି ଉପରେ ଚିନ୍ତା କରିବା ଆବଶ୍ୟକ କାରଣ ଯେଉଁଠାରେ ବି ସିଧାସଳଖ ଲଢେଇ ହୁଏ। ବିଜେପି ସହିତ, ଯେଉଁଠାରେ କଂଗ୍ରେସ ଦଳ ଦୁର୍ବଳ ହୋଇଯାଏ। "












Click it and Unblock the Notifications