'ଜମ୍ମୁ-କାଶ୍ମୀରର ବିକାଶ ଥମିବନି'

ଜମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ଗୁଳିବର୍ଷାରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ଏଠାରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ ପାକିସ୍ତାନ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ସାଧାରଣ ନାଗରିକ ଏବଂ ଧାର୍ମିକ ସ୍ଥାନ ଗୁଡିକୁ ଟାର୍ଗେଟ କରିଥିଲା । ଅପରେସନ ସିନ୍ଦୂର ପାକିସ୍ତାନକୁ ଉଚିତ ଜବାବ ଦେଇଛି ।

Amit Shah

ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱଂସ କରିଛୁ । ଏହାସହିତ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପତ୍ର ଦେଇଛନ୍ତି ଗହମନ୍ତ୍ରୀ । ଜମ୍ମୁ-କାଶ୍ମୀରର ବିକାଶ ଥମିବନି, ପୂର୍ବ ଭଳି ବିକାଶ କାର୍ଯ୍ୟ ଜାରି ରହିବ ବୋଲି ଶାହ କହିଛନ୍ତି । ଖାଲି ସେତିକି ନୁହେଁ ଜମ୍ମୁ କାଶ୍ମୀର ସରକାର, କେନ୍ଦ୍ର ସରକାର ଏବଂ ଦେଶବାସୀଙ୍କ ଭାବନା ଆପଣଙ୍କ ସହିତ ଜଡିତ ହୋଇ ରହିଛି ବୋଲି ଅମିତ ଶାହ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+