ବୈଷ୍ଣୋଦେବୀ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ
ଜାମ୍ମୁ କାଶ୍ମୀରର ବୈଷ୍ଣୋଦେବୀ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତାମାସ ପ୍ରଥମ ସପ୍ତାହ ସୁଦ୍ଧା ରିଆସି ଜିଲ୍ଲାର କଟରା ଅଞ୍ଚଳରେ ଏକ ସମନ୍ୱିତ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର-ଆଇସିସିସି କାର୍ଯ୍ୟକ୍ଷମ କରାଯିବ । ମାତା ବୈଷ୍ଣୋଦେବୀ ଶ୍ରାଇନ୍ବୋର୍ଡ ପକ୍ଷରୁ ଗତକାଲି ଅନୁଷ୍ଠିତ ମିଳିତ ସୁରକ୍ଷା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଭିନ୍ନ ସୁରକ୍ଷା ସଂସ୍ଥା, ସେନାବାହିନୀ, ଗୁଇନ୍ଦା ସେବା ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ସେଣ୍ଟର ମାଧ୍ୟମରେ ୭ଶହ ସିସିଟିଭି କ୍ୟାମେରା ଲଗାଯିବା ସହିତ କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ଅନ୍ୟାନ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ପିଥୁସ୍ ଏବଂ ପୋନିୱାଲାଙ୍କ ପରିଚୟ ଯାଞ୍ଚ କରିବା ନେଇ ଏକ ବ୍ୟବସ୍ଥା ପ୍ରଣୟନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications