ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କଲା ଜମ୍ମୁକାଶ୍ମୀର ପୋଲିସ, ୩୦୦ କିଲୋ RDX, AK-୪୭ ସହ ଗୋଳାବାରୁଦ ଜବତ

ଜମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା । ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି । ଫରିଦାବାଦରୁ ୩୦୦ କିଲୋ RDX ସହ AK-୪୭ ସହ ଗୋଳାବାରୁଦ ଜବତ ହୋଇଛି । ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଆଧାରରେ ପୋଲିସର ଚଢ଼ାଉ । ଆଦିଲ ଅହମ୍ମଦ ରାଠରକୁ ପୋଲିସର ପଚରାଉଚରା ପରେ ବଡ଼ ଖୁଲାସା । ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି।

Jammu and Kashmir

ଅଧିକାରୀଙ୍କ ଅନୁଯାୟୀ, ଡାକ୍ତର ଜଣଙ୍କ ଭଡା ଘର ନେଇଥିଲେ। ପୋଲିସ ତାଙ୍କ ଘରୁ ପ୍ରାୟ ୩୦୦ କିଲୋ RDX, ଦୁଇଟି AK-47 ରାଇଫଲ୍, ୮୪ କାର୍ଟ୍ରିଜ୍ ଓ ରାସାୟନିକ ପଦାର୍ଥ ଜବତ କରିଛି। ଏକ ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୋଲିସ ସହିତ ମିଶି ଘରେ ଚଢାଉ କରିଥିଲା।

ସୂତ୍ର ଅନୁସାରେ, ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ । ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଡାକ୍ତର ଏହି ସଂଗଠନ ସହିତ ଜଡିତ ଥିଲେ। ଏହି ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ, ଆଦିଲ ଅହମ୍ମଦ ରାଥେର (ଅନନ୍ତନାଗର ବାସିନ୍ଦା) ଏବଂ ମୁଜାମ୍ମିଲ ଶକିଲ (ପୁଲୱାମାର ବାସିନ୍ଦା)ଙ୍କୁ ସାହାରାନପୁର ଏବଂ ଫରିଦାବାଦରୁ ଗିରଫ କରାଯାଇଇଛି । ତୃତୀୟ ଡାକ୍ତର ଜଣଙ୍କ ଏବେ ବି ଫେରାର୍ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+