ବିନା ଡ୍ରାଇଭରରେ ୮୪ କିଲୋମିଟର ଗଡ଼ିଲା ଟ୍ରେନ: ଦିଆଗଲା ଯାଞ୍ଚ ନିର୍ଦ୍ଦେଶ

ବିନା ଡ୍ରାଇଭରରେ ଗଡ଼ିଲା ଟ୍ରେନ୍‌ । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା । ଟ୍ରେନଟି ପ୍ରାୟ ୮୪ କିଲୋମିଟର ଯାଏଁ ଗଡି ଚାଲିଥିଲା । ଏହା ଆପଣଙ୍କୁ ଆଶ୍ଚିର୍ଯ୍ୟ ଲାଗୁଥିଲେ ବି ସତ । ଜାମ୍ମୁ କାଶ୍ମୀର କାଠୁଆ ରେଳ ଷ୍ଟେସନ୍‌ରେ ଏମିତି ଅବହେଳା ଦେଖିବାକୁ ମିଳିଛି । ଅଟକି ଥିବା ଏକ ମାଲବାହୀ ଟ୍ରେନ୍‌ ବିନା ଡ୍ରାଇଭରରେ ହଠାତ୍‌ ପଠାନକୋଟ୍‌ ଆଡକୁ ଗଡିଥିଲା।

ବହୁ ପରିଶ୍ରମ ପରେ ପଞ୍ଜାବର ମୁକେରିଆର ଉଞ୍ଚି ବାସୀ ନିକଟରେ ଟ୍ରେନ୍‌ ଅଟକି ଥିଲା। ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ଜାରି ରହିଛି ବୋଲି କହିଛନ୍ତି ଜାମ୍ମୁର ଡିଭିଜନାଲ ଟ୍ରାଫିକ୍‌ ମ୍ୟାନେଜର । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା ଏହି ଘଟଣା ପରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ଏହି ଘଟଣା ରବିବାର ସକାଳ ୭ଟା ୧୦ ମିନିଟରେ ହୋଇଥିଲା । ଯେତେବେଳେ ଡ୍ରାଇଭର ମାଲଗାଡି ସଂଖ୍ୟା ୧୪୮୦୬ଆରକୁ ଅଟକାଇ ଚା ପିଇବାକୁ ଯାଇଥିଲେ । ପରେ ଟ୍ରେନଟି ହଠାତ ଗଡିଚାଲିଥିଲା ।

train

ଟ୍ରେନ୍‌ଟି ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା' ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍‌ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା। ଏହାପରେ ଟ୍ରେନ୍‌କୁ ଅଟକାଇବା ପାଇ ବହୁ ଚେଷ୍ଟା କରିବା ପରେ ମଧ୍ୟ ସଫଳ ହୋଇନଥିଲା ।

୨୦୧୨ ମସିହାରେ ୨୦୧୨ରେ ଶ୍ରମଜୀବୀ ଏକ୍ସପ୍ରେସର ଡ୍ରାଇଭର ପାଟଣା ୟାର୍ଡରେ ଟ୍ରେନ୍‌ ରଖି ଚାଲିଯାଇଥିଲେ। କିନ୍ତୁ କିଛି ବୈଷୟିକ ତ୍ରୁଟି ହେତୁ ଟ୍ରେନ୍‌ ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+