ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ, ଗ୍ରେନେଡ ମାଡ କଲେ ଆତଙ୍କବାଦୀ
ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡି କରିଛନ୍ତି । ଆତଙ୍କବାଦୀଙ୍କ ଗ୍ରେନେଡ ମାଡ ଦ୍ବାରା କୌଣସି ସୁରକ୍ଷା କର୍ମୀ ଆହତ ହୋଇନାହାଁନ୍ତି ।
ଶ୍ରୀନଗର: ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡି କରିଛନ୍ତି । ଆତଙ୍କବାଦୀଙ୍କ ଗ୍ରେନେଡ ମାଡ ଦ୍ବାରା କୌଣସି ସୁରକ୍ଷା କର୍ମୀ ଆହତ ହୋଇନାହାଁନ୍ତି । ମାତ୍ର 5 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆକ୍ରମଣରେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

CRPF ଡିଆଇଜି କିଶୋର ପ୍ରସାଦ କହିଛନ୍ତି ଯେ, ରାତି ପ୍ରାୟ 2.40 ସମୟରେ ଏସଏସବି ବଙ୍କର ଉପରେ ଗ୍ରେନେଡ ମାଡ କରାଯାଇଛି । ହରି ସିଂ ହାଇ ଷ୍ଟ୍ରିଟରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ଏହି ଗ୍ରେନେଡଟି ବଙ୍କର ଉପରେ ନ ପଡ଼ି ରାସ୍ତାରେ ପଡିଯାଇଥିଲା ଫଳରେ ସାଧାରଣ ନାଗରିକ ଏଥିରେ ଆହାତ ହୋଇଛନ୍ତି । ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ଅପରେସନ ଆରମ୍ଭ କରିଛି।
ନିକଟ ଅତୀତରେ କାଶ୍ମୀରରେ କ୍ରମାଗତ ଉତ୍ତେଜନା ଦେଖାଦେଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ଅନନ୍ତନାଗର ଲାଲ ଚକ୍ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ ଗୁଳି ବିନିମୟରେ ବିଜେପି କିସାନ ମୋର୍ଚ୍ଚାର କୁଲଗାମ ସଭାପତି ଗୁଲାମ ରସୁଲ ଦାରଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ସହ ଥିବା ତାଙ୍କ ପତ୍ନୀଙ୍କୁ ମଧ୍ୟ ଗୁଳି କରାଯାଇଥିଲା ।












Click it and Unblock the Notifications