ପାକିସ୍ତାନକୁ ନାଲିଆଖି ଦେଖାଇଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ, କହିଲେ ବନ୍ଧୁକ ଛାଡି ଆତ୍ମସମର୍ପଣ କର
ଜାମ୍ମୁ-କାଶ୍ମୀର ସୀମାରେ ପାକିସ୍ତାନ ଗୁଳିମାଡ଼ ପରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ବଡ ବୟାନ । ଏନେଇ ସେ କହିଛନ୍ତି-ବହୁତ କ୍ଷତି ହୋଇଛି। ପାକିସ୍ତାନ ଏବେ ଆତ୍ମସମର୍ପଣ କରିବା ଉଚିତ, ନଚେତ୍ ସେମାନେ କ୍ଷତି ସହିବେ। "ପାକିସ୍ତାନ ପକ୍ଷରୁ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଡ୍ରୋନ୍ ସାହାଯ୍ୟରେ ଜାମ୍ମୁ ସହର ଉପରେ ହମଲା କରିବାକୁ ଚେଷ୍ଟା କରାଯାଇଥିଲା। ୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାମ୍ମୁକୁ ଟାର୍ଗେଟ କରାଯାଇଛି। ଆମର ସୁରକ୍ଷା କର୍ମୀମାନେ ସମସ୍ତ ଡ୍ରୋନ୍ କୁ ବିଫଳ କରିଥିଲେ। ଗୋଟିଏ ବି ଡ୍ରୋନ୍ ଟାର୍ଗେଟରେ ପହଞ୍ଚି ନଥିଲା। କାଶ୍ମୀରରେ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା।

ଆମେ ଏହି ପରିସ୍ଥିତି ସୃଷ୍ଟି କରିନାହୁଁ - ଓମର ଅବଦୁଲ୍ଲା
ଏନେଇ ଓମାର ଅବଦୁଲ୍ଲା କହିଛନ୍ତି, "ଆମେ ଏହି ପରିସ୍ଥିତି ସୃଷ୍ଟି କରିନାହୁଁ। ପହଲଗାମରେ ଆମ ଲୋକଙ୍କ ଉପରେ ଆକ୍ରମଣ ହୋଇଥିଲା ... ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଥିଲା। ଆମକୁ ଏହାର ଉତ୍ତର ଦେବାକୁ ପଡିଲା। ଏବେ ପାକିସ୍ତାନ ଏହାକୁ ପ୍ରୋତ୍ସାହିତ କରୁଛି। ପାକିସ୍ତାନ ଏଥିରୁ କିଛି ଲାଭ ମିଳିବନି କି ସଫଳ ହେବ ନାହିଁ। ସେ ତାଙ୍କ ବନ୍ଧୁକକୁ ଫୋପାଡି ଦେବା ଭଲ। ସେମାନେ ଗତକାଲି ରାତିରେ ଘଟିଥିବା ଘଟଣାକୁ ବଢାଇବାକୁ ଚାହୁଁଛନ୍ତି, ଏହା ସେମାନଙ୍କ ପାଇଁ କ୍ଷତି ହିଁ କରିବ। ସେମାନେ ନିଜର ମୁଣ୍ଡ ବ୍ୟବହାର କରିବା ଉଚିତ।"
ଜାମ୍ମୁ ଗସ୍ତରେ ଥିବା ଓମର ଅବଦୁଲ୍ଲା କହିଛନ୍ତି ଯେ ପୁଞ୍ଚରେ ପାକିସ୍ତାନୀ ଗୁଳିମାଡ଼ ଯୋଗୁଁ ବହୁତ କ୍ଷତି ହୋଇଛି। ଅଧିକାଂଶ ମୃତ୍ୟୁ ପୁଞ୍ଚରେ ଘଟିଛି, ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କୁ ପିଜିଆଇ ଚଣ୍ଡିଗଡ଼କୁ ସ୍ଥାନାନ୍ତର କରାଯାଇଛି।












Click it and Unblock the Notifications