ପୁଣି ଅଶାନ୍ତ ହେଲା ଜମ୍ମୁ କାଶ୍ମୀର; ଆତଙ୍କବାଦୀ ଆକ୍ରମଣରେ ଦୁଇ ଶ୍ରମିକ ମୃତ

ଦୀପାବଳି ପରେ ପୁଣି ଅଶାନ୍ତ ଜମ୍ମୁ କାଶ୍ମୀର । ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା । ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।

terrorist attack

ସୂଚନା ଥାଉକି, ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଏହି ସମୟରେ ସେମାନେ ଆତଙ୍କି ହମଲାର ଶିକାର ହୋଇଥିଲେ । ପୂର୍ବରୁ ମଧ୍ୟ ଘାଟିରେ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି ।

ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା । ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି । ସେପଟେ ଘଟଣା ପରେ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+