ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୦.୬୫% ମତଦାନ
Jammu and Kashmir Assembly Election 2024: ଜାମ୍ମୁ କାଶ୍ମୀରର ଶ୍ମୀରର ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି । ଆଜି ଭାରତର ନିର୍ବାଚନ ଆୟୋଗ ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରରେ ଅପରାହ୍ନ ୩ ଟା ସୁଦ୍ଧା ୫୦.୬୫% ଭୋଟ୍ ରେକର୍ଡ କରାଯାଇଛି। ଅନନ୍ତନାଗ -୪୬.୬୭% ଡୋଡା -୬୧.୯୦% କିଶ୍ଟୱାର -୭୦.୦୩% କୁଲଗାମ-୫୦.୫୭% ପୁଲୱାମା-୩୬.୯୦% ରାମ୍ବନ -୬୦.୦୪% ଦୋକାନ-୪୬.୮୪% ମତଦାନ ଗ୍ରହଣ ହୋଇଛି ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟରମାନେ ବୁଥ୍ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇ ମତଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ଅଦ୍ୟାବଧୂ କାଶ୍ମୀର ଉପତ୍ୟକାର ସୋପିଆନ୍ ଅଞ୍ଚଳର ୧୬ଟି ନିର୍ବାଚନ କ୍ଷେତ୍ରରେ ମତଦାନ ହାର ଅଧିକ ରହିଛି । ଭୋଟ୍ ଗ୍ରହଣରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ ଆଜି ୨୩ଲକ୍ଷ ୨୭ହଜାର ୫୮୦ ଜଣ ଭୋଟର ୨୧୯ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥୁମଧ୍ଯରେ ସ୍ୱାଧୀନ ପ୍ରାର୍ଥୀ ଭାବେ ୯୦ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୨୦୧୯ ଅଗଷ୍ଟ ମାସରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୫ ତାରିଖରେ ହେବାକୁ ଥିବାବେଳେ ଆସନ୍ତା ମାସ ପହିଲାରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଆସନ୍ତା ମାସ ୮ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications