Get Updates
Get notified of breaking news, exclusive insights, and must-see stories!

Jammu and Kashmir Assembly Election : ଶେଷ ପର୍ଯ୍ୟାୟରେ ସଂନ୍ଧ୍ୟା ୫ ଟା ସୁଦ୍ଧା ୬୫,୪୮% ମତଦାନ

ଶେଷ ହେଲା ଭୋଟିଂ ସମୟ, ଶେଷ ପର୍ଯ୍ୟାୟରେ ସଂନ୍ଧ୍ୟା ୫ ଟା ସୁଦ୍ଧା ୬୫,୪୮% ମତଦାନ ରେକର୍ଡ କରାଯାଇଛି । ଆଜି ଜମ୍ମୁ-କଶ୍ମୀରର ୪୦ ଟି ନିର୍ବାଚନମଣ୍ଡଳୀରେ ମତଦାତାମାନେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହୋଇଥିଲା ।

୪୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ମୁଜାଫର ବେଗଙ୍କ ଭଳି ନେତାମାନଙ୍କ ନାମ ରହିଥିଲା । ଆଉ ଆଜି ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅପରାହ୍ନ ୫ ଟା ସୁଦ୍ଧା ୬୫.୪୮% ଭୋଟ୍ ରେକର୍ଡ କରାଯାଇଥିଲା। ବାନ୍ଦିପୁର -୩୩.୩୩% ବାରାମୁଲ୍ଲା -୫୫.୭୩% ଜାମ୍ମୁ -୬୬.୭୯% କାଥୁଆ- ୭୦.୫୩% କୁପୱାରା-୬୨.୭୬% ସାମ୍ବା-୭୨.୪୧% ଉଦାମପୁର -୭୨,୯୧% ମତଦାନ ଗ୍ରହଣ ହୋଇଛି ।

vote

ଏହି ନିର୍ବାଚନରେ ୪୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ମୁଜାଫର ବେଗଙ୍କ ଭଳି ବିଶିଷ୍ଟ ନେତାମାନଙ୍କ ନାମ ରହିଥିଲା ୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୪ଟି ଜମ୍ମୁ ବିଭାଗରେ ଏବଂ ୧୬ଟି କଶ୍ମୀର ବିଭାଗରେ ରହିିଛି।

ସୁଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍େଟମ୍ବର ୧୮ତାରିଖରେ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା ସେପ୍େଟମ୍ବର ୨୫ ତାରିଖରେ। ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନର ଯଥାକ୍ରମେ ୬୧ ପ୍ରତିଶତ ଏବଂ ୫୭.୩୧ ପ୍ରତିଶତ ରେକର୍ଡ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+