Get Updates
Get notified of breaking news, exclusive insights, and must-see stories!

Jammu and Kashmir Assembly Election:ଦିନ ୧ଟା ସୁଦ୍ଧା ୩୬.୯୩% ମତଦାନ

ଶ୍ରୀନଗର: ଜମ୍ମୁ କାଶ୍ମରରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଠାରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ଆଜି ଏହି କେନ୍ଦ୍ର ଶାସିତ ଅଞ୍ଚଳର ୨୬ଟି ନିର୍ବାଚନ ମଣ୍ଡଳୀରେ ଭୋଟରମାନେ ଉଚ୍ଚ ସୁରକ୍ଷା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟୟରେ ଭୋଟ୍ ଦେଉଛନ୍ତି। ଦିନ ଗୋଟଏ ସୁଦ୍ଧା ଜମ୍ମୁ କାଶ୍ମରରେ ୩୬.୯୩% ଭୋଟ ଗ୍ରହଣ ହୋଇଛି ।

ନିର୍ବାଚନ କମିଶନ ୩,୫୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ସେଥିରୁ ୧,୦୫୬ଟି ସହରାଞ୍ଚଳରେ ହୋଇଥିବାବେଳେ ୨,୪୪୬ଟି ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ପାଇଁ ସବୁ ବୁଥ୍‌ରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍‌କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି।

vote

୨୬ଟି ପିଙ୍କ୍ ବୁଥ୍‌କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ। ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ହୋଇଥିବାବେଳେ ୨୬ଟି ଗ୍ରୀନ୍ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ଖୋଲାଯାଇଛି। ମତଦାନ ସକାଳ ୭ରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+