Jammu and Kashmir Assembly Election: ଅପରାହ୍ନ ୩ ଟା ସୁଦ୍ଧା ୫୬.୦୧% ମତଦାନ
Jammu and Kashmir Assembly Election , ଜମ୍ମୁ-କଶ୍ମୀରର ୪୦ ଟି ନିର୍ବାଚନମଣ୍ଡଳୀରେ ମତଦାତାମାନେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ୪୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ମୁଜାଫର ବେଗଙ୍କ ଭଳି ନେତାମାନଙ୍କ ନାମ ରହିଛି।
୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୪ଟି ଜମ୍ମୁ ବିଭାଗରେ ଏବଂ ୧୬ଟି କଶ୍ମୀର ବିଭାଗରେ ରହିିଛି। ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ଯାଇଥିବା ବେଳେ ସଂଧ୍ୟା ୬ଟାରେ ଯାଇ ଶେଷ ହେବ ବୋଲି ସୂଚନା ରହିଛି। ଆଉ ଆଜି ଅପରାହ୍ନ ୩ ଟା ଶୁଦ୍ଧା ୫୬.୦୧% ଭୋଟ୍ ରେକର୍ଡ କରାଯାଇଛି । ସେଥିମଧ୍ୟରୁ ବାନ୍ଦିପୁର -୫୩.୦୯% ବାରାମୁଲ୍ଲା-୪୬.୦୯% ଜାମ୍ମୁ -୫୬.୭୪% କାଥୁଆ- ୬୨.୪୩% କୁପୱାରା -୫୨.୯୮% ସାମ୍ବା -୬୩.୨୪% ଉଦାମପୁର-୬୪.୪୩% ରେକର୍ଡ଼ ହୋଇଛି ।

ସୁଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍େଟମ୍ବର ୧୮ତାରିଖରେ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା ସେପ୍େଟମ୍ବର ୨୫ ତାରିଖରେ। ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନର ଯଥାକ୍ରମେ ୬୧ ପ୍ରତିଶତ ଏବଂ ୫୭.୩୧ ପ୍ରତିଶତ ରେକର୍ଡ ହୋଇଛି।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications