Jammu and Kashmir assembly election 2024: ୩ ଟା ସୁଦ୍ଧା୪୬.୧୨% ମତଦାନ

Jammu and Kashmir assembly election: ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି (ବୁଧବାର) ଦ୍ୱିତୀୟ ପର୍ଯ୍ୟାୟରେ ୨୬ ଆସନ ପାଇଁ ଭୋଟଗ୍ରହଣ କରାଯାଉଛି । ଏଥିମଧ୍ୟରୁ କାଶ୍ମୀର ଅଞ୍ଚଳରେ ୧୫ ଓ ଜାମ୍ମୁ ଅଞ୍ଚଳର ୧୧ ଆସନ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ମୋଟ ୨୩୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା,

ବିଜେପି ରାଜ୍ୟ ଶାଖା ସଭାପତି ରବୀନ୍ଦ୍ର ରୈନା, ପିସିସି ସଭାପତି ତାରିକ୍ ହମିଦ କାରା ଏବଂ ଆପ୍‌ନି ପାର୍ଟି ମୁଖ୍ୟ ଅଲତାଫ୍ ବୁଖାରୀ ଅନ୍ୟତମ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ ଟା ସୁଦ୍ଧା୪୬.୧୨% ଭୋଟ୍ ରେକର୍ଡ କରାଯାଇଛି । ମତଦାନ ସକାଳ ୭ରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

jammu and Kashmir assembly election 2024 46 12 polling till 3 pm

ଏପଟେ ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରୀୟା ସିନେତ୍ କହିଛନ୍ତି "ଜାମ୍ମୁ କାଶ୍ମୀରରେ ଅତ୍ୟନ୍ତ ନିର୍ଣ୍ଣାୟକ ନିର୍ବାଚନ ଅନୁଷ୍ଠିତ ହେଉଛି। ଜାମ୍ମୁ କାଶ୍ମୀର ଏହାର ଭବିଷ୍ୟତ ପାଇଁ ଚୟନ କରୁଛି। ଗତ ୧୦ ବର୍ଷ ଧରି ଜାମ୍ମୁ କାଶ୍ମୀରରେ ଚାଲିଆସୁଥିବା ଭୁଲ ପରିଚାଳନା, ବେକାରୀ ସମସ୍ୟା ଦେଖାଦେଇଛି। ଲୋକଙ୍କ ପରିଚୟ ଉପରେ ଆକ୍ରମଣ କରାଯାଇଛି ଏବଂ ସେମାନଙ୍କର ସମ୍ବଳ ଛଡ଼ାଇ ନିଆଯାଇଛି ଯେଉଁଭଳି ଭାବରେ ଭୋଟରମାନେ ଭୋଟ୍ ଦେଇଛନ୍ତି, ମୁଁ ଭାବୁଛି ଲୋକମାନେ ଆଉ ବିଜେପିର ଭାଷଣକୁ ବିଶ୍ୱାସ କରୁନାହାଁନ୍ତି ଏବଂ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+