ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ସକାଳ ୧୧ ଟା ସୁଦ୍ଧା ୨୪.୧୦% ମତଦାନ

Jammu And Kashmir Assembly Alection 2024: ଜମ୍ମୁ-କଶ୍ମୀରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ କଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ମତଦାନ ହେଉଛି । ସେହିପରି ଏହି ପର୍ଯ୍ୟାୟରେ ମଇଦାନରେ ୨୩୯ ଜଣ ପ୍ରାର୍ଥୀ ରହିଛନ୍ତି ଏବଂ ୨୫ ଲକ୍ଷ ୭୮ ହଜାର୍ ଭୋଟର କରୁଛନ୍ତି ମତଦାନ ।

ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସକାଳ 11ଟା ସୁଦ୍ଧା 24.10% ମତଦାନ ହୋଇଛି । ସେହିପରି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସକାଳ 9 ଟା ପର୍ଯ୍ୟନ୍ତ 10.22% ମତଦାନ ରେକର୍ଡ କରାଯାଇଥିଲା ।

jammu and Kashmir assembly election 2024

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ କହିଛନ୍ତି, "ଜମ୍ମୁ କଶ୍ମୀର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ହାର 60% ରୁ ଅଧିକ ଥିଲା। ଆଜି ଏକ ନୂତନ ରେକର୍ଡ ସୃଷ୍ଟି ହେବାର ସମ୍ଭାବନା ରହିଛି। ମୋର ବିଶ୍ୱାସ ରହିଛି ଯେ ଯେ ଜମ୍ମୁରେ ଆମେ ସରକାର ଗଠନ କରିବୁ।

ସେହିପରି ଜମ୍ମୁ କଶ୍ମୀର ଜାତୀୟ ସମ୍ମିଳନୀ ଉପାଧ୍ୟକ୍ଷ ଓମର ଅବଦୁଲ୍ଲା କହିଛନ୍ତି, "ଆଜି ସକାଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ରିପୋର୍ଟ ଅନୁଯାୟୀ, ବହୁ ସଂଖ୍ୟକ ଭୋଟର ଭୋଟ୍ ଦେଉଛନ୍ତି। କୌଣସି ଦଳ କିମ୍ବା ପ୍ରାର୍ଥୀ ନିର୍ବାଚନରେ ​​ହାରିଯିବେ ନାହିଁ। ଆମର ଆଶା ଆମ ଦଳ ସର୍ବାଧିକ ଭୋଟ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+