ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ସକାଳ ୯ ଟା ସୁଦ୍ଧା ୧୦.୨୨% ମତଦାନ
Jammu and Kashmir Assembly Election : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସକାଳ 9 ଟା ପର୍ଯ୍ୟନ୍ତ 10.22% ମତଦାନ ହୋଇଛି । ଏଥିରେ ଗାନ୍ଦରବାଲ ଆସନରେ 12.6 ପ୍ରତିଶତ ଭୋଟ୍ ଏବଂ ବଡ଼ଗାମ ବିଧାନସଭା ଆସନରେ 10.9 ପ୍ରତିଶତ ଭୋଟ୍ ହୋଇଥିବା ନେଇ ରେକର୍ଡ କରାଯାଇଛି ।

ଜମ୍ମୁ-କଶ୍ମୀର ମତାଦାନ ଜାରି ଥିବା ବେଳେ ରାହୁଲ ଗାନ୍ଧୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାମ୍ମୁ କାଶ୍ମୀର ନିର୍ବାଚନ ସମ୍ପର୍କରେ ଟୁଇଟ୍ କରି ଲେଖିଛନ୍ତି- 'ମୋର ଭାଇ ଓ ଭଉଣୀମାନେ, ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ବହୁ ସଂଖ୍ୟାରେ ବାହାରକୁ ଆସନ୍ତୁ ଏବଂ ଆପଣଙ୍କର ଅଧିକାର, ସୁଖ ଏବଂ ଆଶୀର୍ବାଦ ପାଇଁ ଭୋଟ୍ ଦିଅନ୍ତୁ -INDIA କୁ ଭୋଟ୍ ଦିଅନ୍ତୁ।
ଆପଣଙ୍କ ରାଜ୍ୟକୁ ଆପଣଙ୍କଠାରୁ ଛଡ଼ାଇ ନେଇ ବିଜେପି ସରକାର ଆପଣଙ୍କୁ ଅପମାନିତ କରିଛନ୍ତି ଏବଂ ଆପଣଙ୍କର ସାମ୍ବିଧାନିକ ଅଧିକାର ସହିତ ଖେଳିଛନ୍ତି। INDIA କୁ ଦିଆଯାଇଥିବା ତୁମର ପ୍ରତ୍ୟେକ ଭୋଟ୍ ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ୟାୟର ବାଡ଼ ଭାଙ୍ଗିବ ଏବଂ ଜମ୍ମୁ କଶ୍ମୀରକୁ ସମୃଦ୍ଧ ପଥରେ ଆଗେଇ ନେବ ।
ଏହି ପର୍ଯ୍ୟାୟରେ 6ଟି ଜିଲ୍ଲାର 16ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ 25 ଲକ୍ଷ 70 ହଜାର ଭୋଟର 239 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ପାଇଁ 3,502ଟି ବୁଥ୍ ପ୍ରତିଷ୍ଠା କରାଯାଇଥିଲା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଗତ 18 ତାରିଖରେ ପ୍ରଥମ ପର୍ଯ୍ୟାୟରେ 24ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା ।












Click it and Unblock the Notifications