ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ, ଖାତକୁ ବସ୍ ଖସି ୧୦ ମୃତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଜାମ୍ମୁ-ଶ୍ରୀନଗର ନ୍ୟାସନାଲ୍ ହାଇୱେର ଝାଜ୍ୱର କୋଟଲିରେ ଦୁର୍ଘଟଣା ଘଟିଛି । ଅମୃତସରରୁ କାଟ୍ରା ଯାଉଥିବା ବେଳେ ଖାତ ଭିତରକୁ ଖସିପଡିଥିଲା ବସଟି ।

ସୂଚନାନୁସାରେ, ବସ୍‌ରେ ମୋଟ୍ ୭୫ ଯାତ୍ରୀ ଥିଲେ, ଏହି ବସ୍ ଅମୃତସରରୁ କାଟ୍ରା ଅଭିମୁଖେ ଯାଉଥିବା ସମୟରେ ଏକ ଖାତକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବର୍ତ୍ତମାନ ସମସ୍ତ ଆହତଙ୍କର ଚିକିତ୍ସା ଜାରି ରହିଛି ।

Jammu And Kashmir

ସୂଚନା ଅନୁସାରେ, ବସଟି ଅମୃତସରରୁ ଆସୁଥିଲା ଏବଂ ଏଥିରେ ବିହାରର ଲୋକମାନେ ଯାତ୍ରା କରୁଥିଲେ। ବସଟି ଶ୍ରଦ୍ଧାଳୁଙ୍କୁ ଧରି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+