ଜଲପାଇଗୁଡି ଦୁର୍ଗା ଭସାଣୀ ଘଟଣାରେ 17 ଛୁଇଁଲା ମୃତ୍ୟୁ ସଂଖ୍ୟା, ଅନେକ ନିଖୋଜ
ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବା ଯୋଗୁଁ ପାଖାପାଖି 40 ଜଣ ଲୋକ ଭାସିଯାଇଛନ୍ତି ।
କୋଲକାତା: ଦୁର୍ଗା ବିସର୍ଜନ ବେଳେ ପଶ୍ଚିମବଙ୍ଗ ଜଲପାଇଗୁଡିରେ ବଡ ଅଘଟଣ । ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବା ଯୋଗୁଁ ପାଖାପାଖି 40 ଜଣ ଲୋକ ଭାସିଯାଇଛନ୍ତି । ପ୍ରଥମେ 8 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ମୂହୂର୍ତ୍ତରେ ଆହୁରି ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ୍ ଓ ଏନଡିଆରଏଫ ଟିମ୍ ପକ୍ଷରୁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଥିବା ବେଳେ ଏବେ ବି ଆହୁରି ଅନେକ ନିଖୋଜ ଅଛନ୍ତି ।

ସୂଚନା ଅନୁସାରେ,ଗତକାଲି ସନ୍ଧ୍ୟାରେ ଦୁର୍ଗା ଭସାଣୀ ଚାଲିଥିଲା । ଏହି ସମୟରେ ଅଚାନକ ମାଡି ଆସିଲା ବନ୍ୟା ଜଳ । ଏଠାରେ ଉପସ୍ଥିତ ଥିବା ପାଖାପାଖି 40 ଜଣ ଭାସିଯାଇଥିଲେ । ଅନ୍ୟମାନେ ଚେଷ୍ଟା କରି ଅସଫଳ ହେବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚିଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ସେହିପରି ଉତ୍ତରପ୍ରଦେଶ ଆଗ୍ରାର ଯମୁନା ନଦୀରେ ଦୁର୍ଗା ବିସର୍ଜନ ବେଳେ ମଧ୍ୟ 3 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ,ରାଜସ୍ଥାନର ଆଜମେର ଜିଲ୍ଲାରୁ ମଧ୍ୟ ଆସିଛି ଦୁଃଖଦ ଖବର। ମୂର୍ତ୍ତୀ ବିସର୍ଜନ ବେଳ 6 ଜଣଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications