ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍
ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍। ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍। ଟ୍ରେନ୍ରେ ନିଆଁ ଲାଗିବା ଗୁଜବ ପରେ ଦୁର୍ଘଟଣା ସୂଚନା । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ।

ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍ । ପୁଷ୍ପକ ଏକ୍ସପ୍ରେସର କିଛି ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବାରୁ ୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ପୁଷ୍ପକ ଏକ୍ସପ୍ରେସରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଗୁଜବ ସାମ୍ନାକୁ ଆସିଥିଲା । ନିଆଁ ଲାଗିବା ଗୁଜବ ପରେ ଅନେକ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଏହି ସମୟରେ ପାଖ ଟ୍ରାକରେ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ୮ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।












Click it and Unblock the Notifications