ଜଲଗାଁଓରେ ବଡ଼ ଟ୍ରେନ ଦୁର୍ଘଟଣା ମାମଲା: ଗୁଜବ ପାଇଁ ଚାଲିଗଲା ୧୩ ଜୀବନ
Train Accident: ମହାରାଷ୍ଟ୍ରର ଜଳଗାଁଓରେ ପୁଷ୍ପକ ଏକ୍ସପ୍ରେସର ଭୟଙ୍କର ଦୁର୍ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଶୋକର ଛାୟ ଖେଳିଯାଇଛି । ଜଳଗାଁଓ କଲେକ୍ଟର ଆୟୁଷ ପ୍ରସାଦ ନିଶ୍ଚିତ କରିଛନ୍ତି ଯେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି। ଯାତ୍ରୀମାନେ ଟ୍ରେନ୍ ଚକରୁ ସ୍ପାର୍କିଂ ବାହାରୁଥିବା ଦେଖି ନିଆଁ ଲାଗିଥିବା ଭାବି ନେବା ପରେ ଏହି ଏପରି ଭୟଙ୍କର ଦୁର୍ଘଟଣା ଘଟିଥିଲା ।
ମୁମ୍ବାଇ ରେଳ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତକାଲି ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିୂା ପୁଷ୍ପକ ଏକ୍ସପ୍ରେସ୍ ଜଲଗାଁଓ ଅତିକ୍ରମ କରୁଥିବା ବେଳେ ଟ୍ରେନର ଏକ ବଗିରେ ନିଆଁ ଲାଗୁଥିବା କଥା ଯାତ୍ରୀଙ୍କ ମଧ୍ୟରେ ପ୍ରଚାର ହୋଇଯାଇଥିଲା ଏପରି ଗୁଜବକୁ ସତ ମାନି ଯାତ୍ରୀ ଟ୍ରେନକୁ ଅଟାଇବା ପାଇଁ ଚେନ୍ ଭିଡିଥିଲେ ଏହା ପରେ ଟ୍ରେନଟି ମଝି ଟ୍ରାକରେ ଅଟକି ଯାଇଥିଲା ଏକ କିଛି ଲୋକ ଟ୍ରେନରୁ ଡେଇଁବା ଆରମ୍ଭ କରିଥିଲେ।

ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରେନ୍ ଉକ୍ତ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ଅନେକ ଆହତଙ୍କର ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।












Click it and Unblock the Notifications