ଜଳ ଜୀବନ ମିଶନ: 2.08 ଲକ୍ଷ କୋଟି କେନ୍ଦ୍ରୀୟ ବ୍ୟୟ ସହିତ, 15.72 କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ଯୋଗାଣ

ଭାରତରେ ଜଳ ଜୀବନ ମିଶନ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅଧୀନରେ 81 ପ୍ରତିଶତରୁ ଅଧିକ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ଜଳ ଯୋଗାଣ କରାଯାଇଛି। 22 ଅକ୍ଟୋବର 2025 ସୁଦ୍ଧା 15.72 କୋଟିରୁ ଅଧିକ ଗ୍ରାମୀଣ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି। କେନ୍ଦ୍ର ସରକାର ଏହି ମିଶନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ କେନ୍ଦ୍ରୀୟ ଅନୁଦାନ ଆକାରରେ 2,08,652 କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 15 ଅଗଷ୍ଟ 2019ରେ ଏହି ମିଶନର ଶୁଭାରମ୍ଭ କରିଥିଲେ। ସେତେବେଳେ ମାତ୍ର 3.23 କୋଟି ପରିବାର ଅର୍ଥାତ୍‌ 16.71 ପ୍ରତିଶତ ଲୋକଙ୍କ ପାଖରେ ନଳ ଯୋଗେ ଜଳ ଯୋଗାଣ ସୁବିଧା ଥିଲା। ବର୍ତ୍ତମାନ ସୁଦ୍ଧା 12.48 କୋଟି ଅତିରିକ୍ତ ପରିବାରକୁ ଟ୍ୟାପ ପାଣି ସଂଯୋଗ ମିଳିଛି। ଏହି ମିଶନ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହିତ ପାଣି ଆଣିବା ଲାଗି ମହିଳାମାନଙ୍କୁ କରିବାକୁ ପଡ଼ୁଥିବା କଠିନ ପରିଶ୍ରମରୁ ମୁକ୍ତି ମିଳିଛି।

Jal Jeevan Mission

ଏବେ ସୁଦ୍ଧା ମିଶନରେ 192ଟି ଜିଲ୍ଲାର ସବୁ ଘର, ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଟ୍ୟାପ୍‌ ଜଳ ଯୋଗାଣ କରାଯାଇଛି। 11ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଶତପ୍ରତିଶତ ଟ୍ୟାପ୍‌ ପାଣି ସଂଯୋଗ ଲକ୍ଷ୍ୟ ହାସଲ କରିଛନ୍ତି। ଦେଶର 9 ଲକ୍ଷରୁ ଅଧିକ ବିଦ୍ୟାଳୟ ଏବଂ ସାଢ଼ 9 ଲକ୍ଷରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରକୁ ନଳ ଯୋଗେ ଜଳ ଯୋଗାଣ କରାଯାଇଛି । 2025-26 (ଅକ୍ଟୋବର 21 ତାରିଖ ସୁଦ୍ଧା) ବର୍ଷରେ ମୋଟ୍‌ 2843ଟି ପରୀକ୍ଷାଗାରରେ 38.78 ଲକ୍ଷ ଜଳ ନମୁନା ପରୀକ୍ଷା କରାଯାଇଛି। ଏହା ମାଧ୍ୟମରେ ଜଳର ଗୁଣବତ୍ତା ଏବଂ ନିରୀକ୍ଷଣ ସୁନିଶ୍ଚିତ କରାଯାଇଛି।

ଏହି ମିଶନରେ ଜନଭାଗିଦାରୀ ସୁନିଶ୍ଚିତ କରିବା ଲାଗି 5.07 ଲକ୍ଷ ଗାଁରେ 24.80 ଲକ୍ଷ ମହିଳାଙ୍କୁ କ୍ଷେତ୍ର ପରୀକ୍ଷଣ କିଟ୍‌ (ଏଫଟିକେ) ଯୋଗାଇ ଦିଆଯାଇଛି। ସେମାନେ ଜଳ ନମୁନା ପରୀକ୍ଷା କରି ଗୁଣବତ୍ତା ପ୍ରମାଣିତ କରୁଛନ୍ତି।

ଡିଜିଟାଲ ନମସୃଜନ ମାଧ୍ୟମରେ ଗ୍ରାମୀଣ ଜଳ ଯୋଗାଣ କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବା ସହିତ ଏହି ମିଶନର କାର୍ଯ୍ୟକାରିତାକୁ ପ୍ରଭାବୀ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ମୁତାବକ ଗ୍ରାମୀଣ ପରିବାରକୁ ଟ୍ୟାପ୍‌ ପାଣି ସଂଯୋଗ ଫଳରେ ଦୈନିକ 5.5 କୋଟି ଘଣ୍ଟା ସମୟ ସଞ୍ଚୟ ହୋଇଛି। ଏହାଦ୍ୱାରା ମହିଳାଙ୍କ ଉପରେ ପଡ଼ୁଥିବା ସମୟ ବୋଝର ତିନି ଚତୁର୍ଥାଂଶ ହ୍ରାସ କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଫଳରେ 4 ଲକ୍ଷ ଡାଇରିଆ ଜନିତ ମୃତ୍ୟୁକୁ ରୋକାଯାଇପାରିଛି। ସେହିପରି 14 ନିୟୁତ ଅକ୍ଷମତା ସମାଯୋଜିତ ଜୀବନ ବର୍ଷ (ଡିଏଏଲୱାଇ)କୁ ଏଡ଼ାଇ ଦିଆଯାଇପାରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଗବେଷଣା ଅନୁଯାୟୀ, ଘର ବାହାରୁ ପାଣି ଆଣୁଥିବା ଲୋକଙ୍କ ସଂଖ୍ୟା 8.3 ପ୍ରତିଶତ ହ୍ରାସ ପାଇଛି। ଫଳରେ 9 କୋଟି ମହିଳାଙ୍କୁ ଆଉ ପାଣି ଆଣିବାରେ ସମୟ ବିତାଇବାକୁ ପଡ଼ୁନାହିଁ। ଏଥିଯୋଗୁ କୃଷି ଏବଂ ଆନୁସଙ୍ଗିକ ଗତିବିଧିରେ ମହିଳାଙ୍କ ଭାଗିଦାରୀରେ 7.4 ପ୍ରତିଶତ ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ପ୍ରାଧ୍ୟାପକ ମାଇକେଲ କ୍ରେମରଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ସୁରକ୍ଷିତ ଜଳ ଯୋଗାଣ ଦ୍ୱାରା ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁ ହାରରେ ପ୍ରାୟ 30 ପ୍ରତିଶତ ହ୍ରାସ ଆସିପାରେ। ତେଣୁ ଜଳ ଜୀବନ ମିଶନ ପ୍ରତିବର୍ଷ ଆନୁମାନିକ 1 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଉଛି। ସେହିପରି ଏହା ତିନି କୋଟିରୁ ଅଧିକ ରୋଜଗାର ମଧ୍ୟ ସୃଷ୍ଟି କରିପାରିଛି । ଗତ ଛଅ ବର୍ଷ ମଧ୍ୟରେ ଏହି ମିଶନ ଅନେକ ଉପଲବ୍ଧି ହାସଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+