ଆସନ୍ତାକାଲିଠୁ ୫ ଦିନିଆ ଆମେରିକା ଗସ୍ତରେ ଯିବେ ଏସ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୯ ତାରିଖ ଯାଏ ସେ ଆମେରିକାରେ ଗସ୍ତ ରହିବା ସହିତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକାରେ ଦ୍ୱିତୀୟ ଥର ଟ୍ରମ୍ପ ସରକାର ଆସିବା ପରେ ଭାରତ ପକ୍ଷରୁ ଏହା ପ୍ରଥମ ଉଚ୍ଚ-ସ୍ତରିୟ ବୈଠକ ହେବାକୁ ଯାଉଛି।

ଏହି ଗସ୍ତରେ ଜୟଶଙ୍କର ଉଭୟଦେଶର ଦ୍ୱିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଯାଉଛନ୍ତି ବୋଲି ସୁଚନା ରହିଛି। ଏହି ଆଲୋଚନାରେ ଭାରତ ଓ ଆମେରିକା ସମ୍ପର୍କକୁ ମଜବୁତ କରିବା ସହ ଉଭୟ ଦେଶ କିପରି ପାରସ୍ପରକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିପାରିବେ ତା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।












Click it and Unblock the Notifications