ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍‌ କରିଛୁ’,

ଇରାନର ଯୁଦ୍ଧଜାହାଜ ଆଇଆର୍‌ଆଇଏସ୍‌ ଡେନା ବୁଡ଼ିବା ଏବଂ ଭାରତ ଆଇଆର୍‌ଆଇଏସ୍ ଲାଭନର ଡକିଂକୁ ଅନୁମତି ଦେବା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ, ସମୁଦ୍ର ଆଇନ ଉପରେ ମିଳିତ ଜାତିସଂଘ ସମ୍ମିଳନୀ (ୟୁଏନ୍‌ସିଏଲ୍‌ଓଏସ୍‌) ଏବଂ ଅନ୍ତର୍ଜାତୀୟ ଆଇନକୁ ସେ ସମର୍ଥନ କରନ୍ତି। ଏହାସହିତ ମାନବିକତା ଦୃଷ୍ଟିକୋଣରୁ ଆଇଆର୍‌ଆଇଏସ୍‌ ଲାଭନକୁ କୋଚିରେ ଡକିଂ କରିବାକୁ ଅନୁମତି ଦିଆଯାଇଥିଲା। 'ରାଏସିନା ଡାୟଲଗ୍‌ ୨୦୨୬'ର ତୃତୀୟ ଦିନ ଜୟଶଙ୍କର ଏହି ପ୍ରତିକ୍ରିୟା ରଖିଛନ୍ତି।

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିବାବେଳେ ଏହାର ପ୍ରଭାବ ସାରା ବିଶ୍ବରେ ପଡ଼ିଛି। ଆମେରିକା ବୁଡ଼ାଜାହାଜ ଶ୍ରୀଲଙ୍କା ଉପକୂଳରେ ଇରାନର ଯୁଦ୍ଧଜାହାଜ ଆଇଆର୍‌ଆଇଏସ୍‌ ଡେନାକୁ ଆକ୍ରମଣ କରି ପୂରାପୂରି ନଷ୍ଟ କରିଦେଇଥିଲା। ଏଥିରେ ୮୭ ଇରାନ ନାବିକଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଭାରତ ମହାସାଗରରେ ସୁରକ୍ଷାକୁ ନେଇ ଗମ୍ଭୀର ସଙ୍କଟ ଉତ୍ପନ୍ନ କରିଛି। ପଶ୍ଚିମ ଏସିଆରେ ଉତ୍ତେଜନା ପ୍ରକାଶ ପାଇବା ସମୟରେ ଭାରତ ମହାସାଗରରେ ଆଇଆର୍‌ଆଇଏସ୍‌ ଡେନାକୁ ମିଶାଇ ୩ଟି ଇରାନ ଯୁଦ୍ଧଜାହାଜ ରହିଥିଲା। ଏଥିରୁ ଗୋଟିଏ ଜାହାଜ ଆଇଆର୍‌ଆଇଏସ୍‌ ଲାଭନକୁ କୋଚିରେ ଡକିଂ କରିବାକୁ ଅନୁମତି ଦିଆଯାଇଥିଲା ଅନ୍ୟଟି ଶ୍ରୀଲଙ୍କା ପହଞ୍ଚି ଯାଇଥିଲା।

Jaishankar

ଇଣ୍ଟରନାସନାଲ ଫ୍ଲିଟ୍‌ ରିଭ୍ୟୁରେ ଆଇଆରଆଇଏସ୍‌ ଲାଭାନ ଅଂଶଗ୍ରହଣ କରି ଫେରିବା ସମୟରେ ଏଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଆଇଆରଆଇଏସ୍‌ ଡେନା ବୁଡ଼ିବା ପୂର୍ବରୁ ଇରାନ ଫେବ୍ରୁଆରି ୨୮ରେ ଆଇଆରଆଇଏସ୍‌ ଲାଭନକୁ ଭାରତର ବନ୍ଦର ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲା। ଭାରତ ମାର୍ଚ୍ଚ ୧ ତାରିଖରେ ଏଥିପାଇଁ ଅନୁମତି ଦେଇଥିଲା। ଏଥିରେ ୧୮୩ ଜଣ ନାବିକ ଥିବାବେଳେ ଅଧିକାଂଶ ଯୁବ କ୍ୟାଡେଡ ଥିଲେ ବୋଲି ଜୟଶଙ୍କର କହିଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଭାରତ ଏଥିପାଇଁ ଅନୁମତି ଦେଇଥିଲା ବୋଲି ଜୟଶଙ୍କର କହିଛନ୍ତି।

ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ଓ ସାମୁଦ୍ରିକ କ୍ଷେତ୍ରରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ଭାରତ ପାଇଁ ଏହାର ନାବିକ ଓ ମର୍ଚ୍ଚାଣ୍ଟ ସିପିଂର ସୁରକ୍ଷା ବଡ଼ ଚିନ୍ତାର ବିଷୟ ହୋଇଛି। ବିଭିନ୍ନ ଦେଶ ଦ୍ବାରା ପରିଚାଳିତ ବାଣିଜ୍ୟିକ ଜାହାଜରେ ବହୁ ସଂଖ୍ୟକ ଭାରତୀୟ ନାଗରିକ କାମ କରୁଛନ୍ତି। ଏପରି ସ୍ଥିତିରେ ତୈଳ ଟ୍ୟାଙ୍କର କିମ୍ବା ଅନ୍ୟ ମାଲବାହୀ ଜାହାଜ ଉପରେ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା ବୃଦ୍ଧି କରୁଛି। ଦୁଇଟି ଜାହାଜ ଉପରେ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ମଧ୍ୟ ହୋଇଛି ବୋଲି ଜୟଶଙ୍କର କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+