ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର
ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଏସ୍ ଜୟଶଙ୍କର ।ଆଜି ଇଣ୍ଡୋନେସିଆର ବାଲିରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହୋଇଛି ।
ନୂଆଦିଲ୍ଲୀ: ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଏସ୍ ଜୟଶଙ୍କର ।ଆଜି ଇଣ୍ଡୋନେସିଆର ବାଲିରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଭେଟିଛନ୍ତି । ଜୟଶଙ୍କର ଚୀନ ପ୍ରତିପକ୍ଷଙ୍କ ସହ ପୂର୍ବ ଲଦାଖରେ ସୀମା ବିବାଦ, ଚୀନକୁ ଭାରତୀୟ ଛାତ୍ରଙ୍କ ଫେରିବାରେ ସମସ୍ୟା ଓ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳରେ ପ୍ରତିବନ୍ଧକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ବାଲିରେ ଅନୁଷ୍ଠିତ ଜି-20 ରାଷ୍ଟ୍ରର ବୈଠକରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି । ଏନେଇ ଜୟଶଙ୍କର ଟ୍ବିଟ୍ କରି ସୂଚନା ଦେଇଛନ୍ତି ।ଗତ ମାର୍ଚ୍ଚ 24ରେ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ପରେ ଏହା ହେଉଛି ତାଙ୍କ ସହ ଜୟଶଙ୍କରଙ୍କ ପ୍ରଥମ ବୈଠକ ।

ବେଜିଂରେ କୋଭିଡ-19 କଟକଣା ଯୋଗୁଁ ହଜାର ହଜାର ଭାରତୀୟ ଛାତ୍ରୀ ଦୁଇ ବର୍ଷ ହେବ ଫସି ରହିଛନ୍ତି । ଏହି ସମସ୍ୟା ସମ୍ପର୍କରେ ଭାରତ ଅନେକ ଥର ଚୀନ ସହ ଆଲୋଚନା ମଧ୍ୟ କରିସାରିଛି । ସେହିପରି ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ଆଲୋଚନା ହୋଇଛି । କିନ୍ତୁ ଏହି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇନାହିଁ ।












Click it and Unblock the Notifications