ହିମାଚଳ ପ୍ରଦେଶରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର

ହିମାଚଳ ପ୍ରଦେଶର ପରାସ୍ତ ହୋଇଛି ଶାସକ ବିଜେପି । ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପଦରୁ ଇସ୍ତଫା ଦେଇଛନ୍ତି ।

ଶିମଲା: ହିମାଚଳ ପ୍ରଦେଶର ପରାସ୍ତ ହୋଇଛି ଶାସକ ବିଜେପି । ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପଦରୁ ଇସ୍ତଫା ଦେଇଛନ୍ତି । ଆଜି ନିର୍ବାଚନ ଫଳାଫଳ ଘୋଷଣା ସରିବା ପରେ ପରାଜୟକୁ ସ୍ୱିକାର କରି ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

 Jairam Thakur

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୩୫ ଠାରୁ ପଛରେ ରହିବ ବୋଲି ବର୍ତ୍ତମାନ ସୁଦ୍ଧା ସରିଥିବା ଭୋଟ ଗଣତିରୁ ଏକପ୍ରକାରର ସ୍ପଷ୍ଟ ହୋଇଛି। ତେଣୁ ବିଧିବଦ୍ଧ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପି ନେତା ତଥା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ୱୀକାର କରିଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ଘୋଷଣା କରିଛନ୍ତି।

ସଦ୍ୟ ସୂଚନା ମୁତାବକ ହିମାଚଳ ପ୍ରଦେଶର ମୋଟ ୬୮ ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟିରେ ବିଜୟଲାଭ କରିଥିବା ବେଳେ ୧୨ ଟିରେ ଆଗୁଆ ରହିଛି । ସେହିଭଳି ବିଜେପି ୧୮ ଟିରେ ବିଜୟଲାଭ କରିଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି । ହେଲେ ଫଳାଫଳ ଏକପ୍ରକାର କଂଗ୍ରେସ ସପକ୍ଷରେ ଯାଇଛି । ସେପଟେ ୩ ଟି ଆସନ ଅନ୍ୟାନ ଦଳ ଓ ସ୍ୱାଧୀନ ପ୍ରାଥୀଙ୍କ ଖାତାକୁ ଯାଇଛି ।

ଜୟରାମ ଠାକୁର ପରାଜୟକୁ ସ୍ୱିକାର କହିଛନ୍ତି, "ମୁଁ ଲୋକଙ୍କ ମତକୁ ସମ୍ମାନ କରୁଛି ଓ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱବୃନ୍ଦ ୫ ବର୍ଷ ହେଲା ଯୋଗାଇ ଆସିଥିବା ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମେ ରାଜନୀତିରୁ ଉପରେ ରହି ରାଜ୍ୟରେ ବିକାଶ କରିବାକୁ ଲକ୍ଷ୍ୟ ରଖିଛୁ। ଆସନ୍ତା ଥର କେମିତି ଆମେ ତ୍ରୁଟି ସୁଧାରି ପାରିବୁ, ସେ ଦିଗରେ କାମ କରିବୁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+