ଇସ୍ରୋ ମୁଖ୍ୟଙ୍କ ବୟାନ ଉପରେ ଜୟରାମଙ୍କ ପ୍ରତିକ୍ରିୟା, କହିଲେ ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଥମେ ମଣିପୁର ଯାଆନ୍ତୁ
ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଘେରିବାକୁ ବିରୋଧୀ ଲାଗିପଡିଛନ୍ତି । ବିରୋଧୀ ଅଭିଯୋଗ କରିଛନ୍ତି, ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ମୋଦି ନିରବତା ଅବଲମ୍ବନ କରିଛନ୍ତି ଏବଂ ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ । ଗତ ବର୍ଷ ମେ ମାସରେ ମଣିପୁରରେ ଜାତି ହିଂସା ଆରମ୍ଭ ହୋଇଥିଲା ।
ଏହି ହିଂସାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ବିସ୍ଥାପନର ସମ୍ମୁଖୀନ ହେବାକୁ ପଡିଛି ।ବର୍ତ୍ତମାନ ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ମୋଦିଙ୍କୁ କଟାକ୍ଷ କରି ଜୟରାମ ରମେଶ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଣିପୁର ପରିଦର୍ଶନ କରିବା ଉଚିତ୍ ।

ସୁଚନାନୁସାରେ ନିକଟରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଥିଲେ ଯେ ଯଦି ଆମେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶକୁ ପଠାଇ ପାରିବା ତେବେ ଆମେ ବହୁତ ଗର୍ବ ଅନୁଭଭବ କରିବୁ । ଏସ ସୋମନାଥଙ୍କ ଏହି ବିବୃତ୍ତିରେ ଜୟରାମ ରମେଶ ଏକ ପୋଷ୍ଟ କରି କହିଥିଲେ ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଣିପୁର ପରିଦର୍ଶନ କରିବା ଉଚିତ୍ ।
୨୦୨୫ରେ ଗଗନୟାନ ଲଞ୍ଚ ହେବାକୁ ଯାଉଛି । ଇସ୍ରୋ ମୁଖ୍ୟଙ୍କୁ ପଚରାଯାଇଥିଲା ଯଦି ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋର ମାନବ ମିଶନ ଅଧୀନରେ ମହାକାଶକୁ ଯିବାକୁ ଚାହାଁନ୍ତି ତେବେ ସେ ଖୁସି ହେବେ କି? ଏହାର ଜବାବରେ ଏସ ସୋମନାଥ କହିଛନ୍ତି, ନିଶ୍ଚିତ ଭାବେ ସେ ଏଥିରେ ଖୁସି ହେବେ, କିନ୍ତୁ ତାଙ୍କର (ପିଏମ ମୋଦି) ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି ।
ସେଗୁଡିକୁ ସମାପ୍ତ କରିବା ହେଉଛି ସେମାନଙ୍କର ପ୍ରଥମ ପ୍ରାଥମିକତା । କିନ୍ତୁ ଏହା ହେଉଛି ଏକ ସାମର୍ଥ୍ୟ ଯାହା ଆମେ ହାସଲ କରିବାକୁ ଚାହୁଁଛୁ, ମଣିଷକୁ ମହାକାଶକୁ ପଠାଇବାର କ୍ଷମତା ବିକାଶ କରିବାକୁ ଯେ ଏହା ଅତ୍ୟନ୍ତ ନିରାପଦ ହେବ ଏବଂ ଆମେ ତାହା ହାସଲ କରିବା ପ୍ରକ୍ରିୟାରେ ଅଛୁ ।












Click it and Unblock the Notifications