କିରଣ ରିଜିଜୁଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସେ ଆଣିଲେ କଂଗ୍ରେସ ନେତା
କଂଗ୍ରେସ ମୁଖ୍ୟସଚେତକ ଜୟରାମ ରମେଶ ସୋମବାର ରାଜ୍ୟସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଇଛନ୍ତି। ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ କିରେଣ ରିଜିଜୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ କଥିତ ବୟାନକୁ ନେଇ ସଂସଦକୁ ଭ୍ରମିତ କରିଛନ୍ତି ।
କଂଗ୍ରେସ ନେତା ଜୟରାମ ରମେଶ ଏହି ନୋଟିସ୍ ରାଜ୍ୟସଭା ପ୍ରକ୍ରିୟା ଓ କାର୍ଯ୍ୟ ସଞ୍ଚାଳନ ନିୟମାବଳି ୧୮୮ ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି। ନୋଟିସରେ ରମେଶ କହିଛନ୍ତି ଯେ ୨୪ ମାର୍ଚ୍ଚ ବୈଠକ ଆରମ୍ଭ ହେବା ପରେ କିରେଣ ରିଜିଜୁ 'ସ୍ପଷ୍ଟ ରୂପେ' ଭୁଲ ବୟାନ ଦେଇ ଗୃହକୁ ଭ୍ରମିତ କରିଛନ୍ତି ଓ ଡି.କେ.ଶିବକୁମାରଙ୍କ ନାମ ମିଥ୍ୟାବୟାନ ସହ ସଂଯୁକ୍ତ କରିଛନ୍ତି।
ରମେଶ କହିଛନ୍ତି ଯେ ଡି.କେ. ଶିବ କୁମାର ପୂର୍ବରୁ ବୟାନକୁ ମିଥ୍ୟା ଓ ଅପମାନଜନକ କହି ଖଣ୍ଡନ କରିଛନ୍ତି। ଏଣୁ କିରେଣ ରିଜିଜୁଙ୍କ ଦ୍ୱାରା ଦିଆଯାଇଥିବା ବୟାନ ତ୍ରୁଟିପୂର୍ଣ୍ଣ ଓ ଭ୍ରମାତ୍ମକ ବୋଲି କହିଛନ୍ତି, ଯାହା ସ୍ୱାଧୀକାର ଭଙ୍ଗ ସହ ଗୃହର ଅବମାନନା ପରିସରକୁ ଆସୁଛି।ରିଜିଜୁ ଗୃହରେ କହିଥିଲେ ଯେ କଂଗ୍ରେସର ଜନୈକ ବରିଷ୍ଠ ନେତା, ଯିଏ ଏକ ସାମ୍ବିଧାନିକ ପଦରେ ମଧ୍ୟ ଅବସ୍ଥାପିତଙ୍କ କହିବା କଥା ହେଉଛି ତାଙ୍କ ପାର୍ଟି ସମ୍ବିଧାନକୁ ବଦଳାଇ ମୁସଲମାନମାନଙ୍କୁ ସଂରକ୍ଷଣ ଦେବ। ତେବେ କିରେଣ ରିଜିଜୁ ଏଥି ପାଇଁ କୌଣସି ନେତାଙ୍କ ନାମ ନେଇ ନଥିଲେ, ହେଲେ ତାଙ୍କ ବୟାନକୁ ଏବେ ଶିବକୁମାରଙ୍କ ବୟାନ ସହ ଯୋଡି ଦେଖାଯାଉଛି ।

ରିଜିଜୁ ଗୃହରେ କହିଛନ୍ତି ଯେ ଆମେ ଏହି ବୟାନକୁ ହାଲୁକା ଭାବେ ଗ୍ରହଣ କରିପାରିବା ନାହିଁ। ଏହା କୌଣସି ସାଧାରଣ ପାର୍ଟି ନେତାଙ୍କ ବୟାନ ନୁହେଁ ବରଂ ଏକ ସାମ୍ବିଧାନିକ ପଦରେ ଅବସ୍ଥାପିତ ନେତାଙ୍କ ବୟାନ। ତେବେ ଏହି ନୋଟିସ୍ ଉପରେ ସଭାପତି କଣ ନିଷ୍ପତ୍ତି ନେଉଛନ୍ତି କଂଗ୍ରେସ ତା ଉପରେ ନଜର ରଖିଛି।












Click it and Unblock the Notifications