ତୃତୀୟ ପାଳିର ପ୍ରଥମ ଦିନରେ ମୋଦିଙ୍କ ନିଷ୍ପତ୍ତିକୁ କଟାକ୍ଷ କରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଶପଥ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ତାଙ୍କ ତୃତୀୟ ପାଳିର ଆଜି ପ୍ରଥମ ଦିନରେ ପ୍ରଥମେ ୨୦ ହଜାର କୋଟି ଟଙ୍କାର 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' ଫାଇଲ୍‌ର ୧୭ତମ କିସ୍ତିରେ ଦସ୍ତଖତ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୯.୩ କୋଟି ଚାଷୀ ଉପକୃତ ହେବେ । ତେବେ ତୃତୀୟ ପାଳି ସରକାରରେ ମୋଦିଙ୍କ ଏହି ପ୍ରଥମ ନିଷ୍ପତ୍ତିକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି ଯେ,

'ପିଏମ୍ କିଷାନ୍ ନିଧିର ୧୬ ତମ କିସ୍ତି ଜାନୁଆରୀ ୨୦୨୪ ରେ ରିଲିଜ୍ ହେବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଏହାର ଲାଭ ନେବାର ଥିଲା । ଏଥିପାଇଁ ଏଥିରେ ଗୋଟିଏ ମାସ ଡେରି କରିଥିଲେ । ୧୭ତମ କିସ୍ତି ଏପ୍ରିଲ କିମ୍ବା ମେ ମାସରେ ମିଳିବା କଥା, କିନ୍ତୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥିରେ ଡେରି ହୋଇଥିଲା । ତେଣୁ ଏହି ଫାଇଲ୍‌ରେ ଦସ୍ତଖତ କରି ସେ କାହା ଉପରେ ସେମିତି ବଡ଼ ଉପକାର କରିନାହାନ୍ତି । ଇଏ ତାଙ୍କ ନିଜ ନୀତି ଅନୁସାରେ କୃଷକଙ୍କ ଅଧିକାର ।

Jairam Ramesh

ସେ ସାମାନ୍ୟ ଏବଂ ନିୟମିତ ରୂପରେ ହେଉଥିବା ପ୍ରଶାସନିକ ନିର୍ଣ୍ଣୟକୁ ଲୋକଙ୍କୁ ଦିଆଯଉଥିବା ବଡ଼ ଉପହାର ଭଳି ପ୍ରଚାର କରିବା ଅଭ୍ୟାସ କରିଛନ୍ତି । କଥା ଏପରି ଯେ ସେ ଏବେ ନିଜକୁ ଜୈବିକ ନୁହେଁ, ବରଂ ଦୈବୀ ଶକ୍ତି ମାନୁଛନ୍ତି ବୋଲି ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+