ବିଜେପି ଉପରେ ସଂଗୀନ ଅଭିଯୋଗ ଆଣିଲା କଂଗ୍ରେସ, ଜାଣନ୍ତୁ କଣ ସେହି ଅଭିଯୋଗ

Lok Sabha Election:ଆସନ୍ତା ଲୋକସଭା ନିର୍ବାଚନକୁ ମାତ୍ର ଆଉ ଖୁବ୍ କମ୍ ଦିନ ବାକି ରହିଛି । ନିର୍ବାଚନ ଲାଗି ମାର୍ଚ୍ଚ ମାସରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଆଉ ନିର୍ବାଚନ ଲାଗି ଦେଶର ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତିରେ ରହିଛନ୍ତି ବ୍ୟସ୍ତ । ଏହାରି ଭିତରେ ବିଜେପି ଉପରେ କଂଗ୍ରେସ ଆଣିଛି ଏକ ବଡ଼ ଅଭିଯୋଗ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି କଂଗ୍ରେସ ସରକାରଙ୍କୁ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଯୋଜନା କରିଛନ୍ତି ।

ସରକାର କଂଗ୍ରେସର ସମସ୍ତ ସଞ୍ଚୟ ଖାତା ବନ୍ଦ କରିବାରେ ଲାଗିଛନ୍ତି । ଶାସକ ଦଳ ଇଡ଼ି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବବହାର କରୁଛନ୍ତି । ଆମ ବିରୋଧରେ ହେଉଥିବା ବେଆଇନ କାର୍ଯ୍ୟନୁଷ୍ଠାନ ନେଇ ଆବଶ୍ୟକ ପଡ଼ିଲେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ । ବିଜେପି ସରକାରଙ୍କ ଏଭଳି କାର୍ଯ୍ୟ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହିଁ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

congress bjp

ଜୟରାମ ରମେଶ ଆହୁରି ଅଭିଯୋଗ କରି କହିଛିନ୍ତି ଇଡ଼ି ତଥା ସିବିଆଇର ଭୟ ଦେଖାଇ ସରକାର ବଡ଼ ବଡ଼ କମ୍ପାନିଠାରୁ ଚାନ୍ଦା ଆଦାୟ କରୁଛନ୍ତି । ଏନେଇ ଆମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖକୁ ଚିଠି ଲେଖିଛୁ । ପ୍ରାୟ ୩୦ କମ୍ପାନୀ ବିରୋଧରେ ଇଡ଼ି ଏବଂ ସିବିଆଇର ଯାଞ୍ଚ୍ ଆରମ୍ଭ କରାଯାଇଛି । ଏହା ଶାସକ ଦଳର ନିର୍ଦ୍ଦେଶରେ କରାଯାଉଛି ବାଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+