ଜୟପୁର-ମୁମ୍ବାଇ ଚଳନ୍ତା ପାସେଞ୍ଜର ଟ୍ରେନରେ ଗୁଳିମାଡ଼: ୪ ମୃତ
Jaipur-Mumbai Train Firing News In Odia: ଚଳନ୍ତା ଟ୍ରେନରେ ଗୁଳିମାଡ଼ । ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ ଗୁଳିମାଡ଼ରେ ଗଲା ୪ ଜୀବନ । ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରେ ଜଣେ ଆରପିଏଫ୍ ଏଏସଆଇ ଏବଂ ୩ ଯାତ୍ରୀ ଅଛନ୍ତି । ତେବେ ଗୁଳି ମାଡ଼ର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଆଜି ସକାଳ ପ୍ରାୟ ୫ଟାରେ ଏହି ଘଟଣା ଘଟିଛି । ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଗୁଳିକାଣ୍ତ ହୋଇଥିବା ନେଇ ସୂଚନା ।

ଜଣେ RPF କନଷ୍ଟେବଳ ଗୁଳିମାଡ଼ କରିଥିବା ନେଇ ସୂଚନା ରହିଛି । ବନ୍ଧୁକ ସହ କନେଷ୍ଟେବଲଙ୍କୁ ଅଟକ ରଖିଛି ମୁମ୍ବାଇ ଜିଆରପି । ଜୟପୁର ଏକ୍ସପ୍ରେସ ଟ୍ରେନର (12956) କୋଚ୍ ନମ୍ବର B5ରେ ଆଜି ସକାଳ ପ୍ରାୟ 5.23 ସମୟରେ ହଠାତ୍ କନଷ୍ଟେବଳ ASI ଉପରେ ଗୁଳି ଚଳାଇଥିଲେ। ଗୁଳିର ଶବ୍ଦ ଶୁଣିବା ମାତ୍ରେ ଟ୍ରେନରେ ଚହଳ ସୃଷ୍ଟି ହୋଇଥିଲା ।
VIDEO | Railway Protection Force (RPF) jawan opens firing inside Jaipur-Mumbai train killing four people: Official. The jawan has been arrested and brought to Borivali Police Station. pic.twitter.com/86cFwbt3cq
— Press Trust of India (@PTI_News) July 31, 2023
ପଶ୍ଚିମ ରେଳବାଇର ରିପୋର୍ଟ ଅନୁସାରେ, ପାଲଘର ଷ୍ଟେସନ ପାର ହେବା ପରେ ଜଣେ ଆରପିଏଫ କନଷ୍ଟେବଳ ମୁମ୍ବାଇ- ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଗୁଳି ଚଳାଇଥିଲା । ସେ ଆରପିଏଫ ଏଏସଆଇ ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ଗୁଳି ଚଳାଇଥିଲେ । ପରେ ସେ ଦାହିସର ଷ୍ଟେସନ ନିକଟରେ ଟ୍ରେନରୁ ଡେଇଁ ଚାଲିଯିବା ପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ବନ୍ଧୁକ ସହିତ ଗିରଫ କରାଯାଇଛି । କୁହାଯାଉଛି ଯେ କନଷ୍ଟେବଳ ଜଣକ ମାନସିକ ରୋଗରେ ପୀଡିତ ଥିଲେ ।












Click it and Unblock the Notifications