ଜୟପୁର-ଆଜମେର ରାଜପଥରେ ବଡ଼ ଦୁର୍ଘଟଣା: ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ

ଜୟପୁର-ଆଜମେର ରାସ୍ତାରେ ବଡ଼ ଅଘଟଣ। ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗି ବିସ୍ଫୋରଣ। ଫଳରେ ଜଣିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏନେଇ ଯାନବାହନ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର-ଆଜମେର ରାଜପଥର ସାୱାର୍ଦା କଲଭର୍ଟ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏନେଇ ଜୟପୁର କଲେକ୍ଟର ଜିତେନ୍ଦ୍ର କୁମାର ସୋନି କହିଛନ୍ତି ଯେ, ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଏବଂ ଏକ ରାସାୟନିକ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

FIRE

ଏହି ଘଟଣା ପରେ ରାଜପଥରେ ଯାନବାହାନର ଲମ୍ବା ଧାଡ଼ି ଲାଗି ରହିଥିଲା। ସୂଚନା ଅନୁଯାୟୀ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା, ଯାହା ଫଳରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଜିଲ୍ଲା କଲେକ୍ଟର ଏବଂ ପୁଲିସ ଅଧୀକ୍ଷକଙ୍କ ସହ କଥା ହୋଇ ସେମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥିରେ ୨୦ଟି ଯାନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରେମ ଚାନ୍ଦ ବୈରୱା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, "ଜୟପୁର-ଆଜମେର ରାଜପଥର ମୋଜମାବାଦ ଅଞ୍ଚଳର ସାୱାର୍ଦା କଲଭର୍ଟ ନିକଟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଅନ୍ୟ ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ଏନେଇ ସୂଚନା ପାଇ ପୁଲିସ, ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଟିମ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+