ନୂତନ ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ନଜର ଆସିଲେ ଧନଖଡ଼
ଦେଶର ନୂତନ ଉପରାଷ୍ଟ୍ରପତି ଭାବେ ସିପି ରାଧାକୃଷ୍ଣନ ଆଜି ଶପଥ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୧୨, ୨୦୨୫ ଶୁକ୍ରବାର ଦିନ ପଦ ଏବଂ ଗୋପନୀୟତାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଦୀର୍ଘ ୫୩ଦିନ ପରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି। ଇସ୍ତଫା ଦେବା ପରେ ଜଗଦୀପଙ୍କୁ ସାର୍ବଜନୀନ ଭାବରେ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥିଲା। ଇସ୍ତଫା ପରେ ଜଗଦୀପ କୌଣସି ସ୍ଥାନରେ ନଜର ଆସୁ ନଥିବାରୁ ବିରୋଧୀ ଦଳ ପକ୍ଷରୁ ସେ କେଉଁଠି ଏବଂ କେଉଁ ଅବସ୍ଥାରେ ଅଛନ୍ତି ସେ ବିଷୟରେ ଲଗାତାର ପ୍ରଶ୍ନବାଣ କରାଯାଉଥିଲା।
ସିପି ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ସମେତ ଜଗଦୀପ ଧନଖଡ଼ ଉପସ୍ଥିତ ରହିଥିଲେ। ଧନଖଡ଼ଙ୍କୁ ସାର୍ବଜନୀନ ଭାବେ ଦେଖିବା ପରେ ବିରୋଧୀଙ୍କ ପ୍ରଶ୍ନର ଅନ୍ତ ଘଟିଛି। ସେ ଅନ୍ୟ ଅତିଥିମାନଙ୍କ ପରି ଶପଥ ଗ୍ରହଣ ଅବସରରେ ଯୋଗ ଦେଇଥିଲେ।
ରାଧାକୃଷ୍ଣନଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ନୀତିନ ଗଡକରୀ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ ମଧ୍ୟ ପହଞ୍ଚିଥିଲେ












Click it and Unblock the Notifications