ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା , ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ....
ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡ ଇସ୍ତଫା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖଣ୍ଡ। ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫା ପତ୍ର। ନିଜର ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ସ୍ବାସ୍ଥ୍ୟର ଯତ୍ନ ଓ ଡାକ୍ତରଙ୍କ ପରାମର୍ଶକୁ ଗ୍ରହଣ କରି ସେ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନ୍ତ୍ରୀମଣ୍ଡଳକୁ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଅମୂଲ୍ୟ ଥିଲା ବୋଲି ସେ ଲେଖିଛନ୍ତି ।ସେହିପରି ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ସମର୍ଥନ ମିଳିଥିଲା ବୋଲି ସେ ଦର୍ଶାଇଛନ୍ତି ।

୨୦୨୨ ମସିହାରେ, ଜଗଦୀପ ଧନଖଣ୍ଡ ୧୪ତମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୬ ଅଗଷ୍ଟ ୨୦୨୨ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଣ୍ଡ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ। ଧନଖଣ୍ଡ ମୋଟ ୭୨୫ ଭୋଟରୁ ୫୨୮ ଭୋଟ ପାଇଥିଲେ, ଯେତେବେଳେ ଆଲଭା ୧୮୨ ଭୋଟ ପାଇଥିଲେ।












Click it and Unblock the Notifications