ଜୟା ବଚ୍ଚନଙ୍କ କଥାରେ ହସିଲେ ଜଗଦୀପ ଧନଖଡ, ଜାଣନ୍ତୁ ଏମିତି କଣ କହିଲେ ସପା ସାଂସଦ
ନୂଆଦିଲ୍ଲୀ: ସଂସଦର ଏବେ ମୌସୁମୀ ଅବେଶନ ଚାଲିଛି। ରାଜ୍ୟସଭାରେ ଶୁକ୍ରବାର ସମାଜବାଦୀ ପାର୍ଟି (ସପା) ସାଂସଦ ଜୟା ବଚ୍ଚନ ଓ ଅଧ୍ଯକ୍ଷ ଜଗଦ୍ଦୀପ ଧନଖଡଙ୍କ ମଧ୍ୟରେ ମଜାଳିଆ ଅନ୍ଦାଜରେ କିଛି କଥାବାର୍ତା ହୋଇଥିଲା ଯାହା ଗୃହର ସବୁ ସଦସ୍ୟଙ୍କୁ ହସାଇଛିସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଥିଲେ।
ସଂସଦରେ କହିଥିଲେ, 'ମୁଁ ଜୟା ଅମିତାଭ ବଚ୍ଚନ, ମୁଁ ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଠୋଠୋ ହୋଇ ହସିଥିଲେ। ସଂସଦର ଜୟା ବଚ୍ଚନ ନିଜର ପୁରା ନାମ ଜୟା ଅମିତାଭ ବଚ୍ଚନ ବୋଲି କହିବାରୁ ପୁରା ସଦନ ହସିବାକୁ ଲାଗିଥିଲା । ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ଅବେଶନରେ ଉପ ସଭାପତି ହରିବଂଶ ତାଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି କହିଥିଲେ ।
ଏଥ୍ ପାଇଁ ଜୟା ବଚ୍ଚନ ଅସନ୍ତୁଷ୍ଟ ହୋଇଥିଲେ। ତେବେ ରାଜ୍ୟସଭାରେ ଆଜି ଚର୍ଚ୍ଚା ଚାଲିଥିବା ବେଳେ ଜୟା ବଚ୍ଚନ ମଝିରେ ଉଠି ସଭାପତି ଜଗଦ୍ଦୀପ ଧନଖଡଙ୍କୁ କହିଥିଲେ ଯେ ସାର! ମୁଁ ଜୟା ଅମିତାଭ ବଚ୍ଚନ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛି। ଏହା ପରେ ସଂସଦରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା I

ନିକଟରେ ରାଜ୍ୟସଭାର ଉପସଭାପତି ହରିବଂଶ ସାଂସଦକୁ ଜୟା ଅମିତାଭ ବଚ୍ଚନ ବୋଲି ଡାକିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାଂସଦ ଜୟା ବଚ୍ଚନ ସେ ସମୟରେ କ୍ରୋଧିତ ହୋଇଯାଇଥିଲେ ଯେତେବେଳେ ତାଙ୍କୁ 'ଜୟା ଅମିତାଭ ବଚ୍ଚନ' ବୋଲି କୁହାଯାଇଥିଲା ।ରାଜ୍ୟସଭାର ଉପସଭାପତି ହରିବଂଶ ଜୟାଙ୍କୁ 'ଜୟା ଅମିତାଭ ବଚ୍ଚନ' ବୋଲି ଡାକିବାରୁ ସାଂସଦ କହିଥିଲେ ଜୟା ବଚ୍ଚନ କହିଲେ ବି ମୋ ନାମ ସମ୍ପୂର୍ଣ୍ଣ ହେଉଛି। ତେବେ ଏହାର ଉତ୍ତର ଦେଇ ହରିବଂଶ କହିଥିଲେ,' ଏଠାରେ ଆପଣଙ୍କ ନାମ 'ଜୟା ଅମିତାଭ ବଚ୍ଚନ' ଲେଖାଯାଇଛି। ସେଥିପାଇଁ ମୁଁ ଏହାକୁ ଉଲ୍ଲେଖ କରିଛି।'












Click it and Unblock the Notifications