ଭାରତରେ ପହଁଚିଲା 'ଜଗ୍ ଲାଡକୀ', ଆଣିଛି ଅଶୋଧିତ ତୈଳ
ହୋର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁ ବିଶ୍ୱବ୍ୟାପୀ ତୈଳ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ଜାହାଜ'ଜଗ୍ ଲାଡକୀ' ହୋର୍ମୁଜ ପାର୍ କରି ଆଜି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଏଥିରେ ୮୦,୮୮୬ ଟନ୍ ଅଶୋଧିତ ତୈଳ ରହିଛି । ଏହାଦ୍ୱାରା ଦେଶରେ କୌଣସି ତୈଳ ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ଦୁଇଟି ତୈଳ ଜାହାଜ ହୋର୍ମୁଜ ବାଧା ଡେଇଁ ଭାରତରେ ପହଞ୍ଚିଥିଲା । ଜଗ୍ ଲାଡ ତୈଳ ଟ୍ୟାଙ୍କର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଫୁଜୈରା ବନ୍ଦରରୁ ତୈଳ ଆଣି ଆସିଛି । ଏହା ପୂର୍ବରୁ ସୋମବାର ଏଲପିଜି ଟ୍ୟାଙ୍କର ଶିବାଲିକ୍ ମୁନ୍ଦ୍ରାରେ ପହଞ୍ଚିଥିଲା । ନନ୍ଦା ଦେବୀ ଜାହାଜ ବି ପହଞ୍ଚିଥିଲା । ଜଗ୍ ଲାଡ୍କୀ ଜାହାଜ ୨୭୪.୧୯ ମିଟର ଲମ୍ବା । ଯେଉଁ ଦିନ ଫୁଜୈରା ତୈଳ ଟର୍ମିନାଲ ଉପରେ ଇରାନ ଆକ୍ରମଣ କରିଥିଲା, ସେହିଦିନ ହିଁ ଏହି ଜାହାଜରେ ତୈଳ ଭର୍ତ୍ତି ହେଉଥିଲା ।
ହୋର୍ମୁଜ ପ୍ରଣାଳୀ ସେପଟେ ଆହୁରି ୨୨ଟି ଭାରତୀୟ ଜାହାଜ ରହିଛି । ଅଧିକାଂଶ ଜାହାଜରେ ତୈଳ ଓ ଗ୍ୟାସ ରହିଛି । ତେବେ ସେଗୁଡ଼ିକ ଏବେ ସୁରକ୍ଷିତ ରହିଥିବା କେନ୍ଦ୍ର ସରକାର କହିଛନ୍ତି । ଜାହାଜଗୁଡ଼ିକରେ ଥିବା ସମସ୍ତ ୬୧୧ କ୍ରୁ ସଦସ୍ୟ ମଧ୍ୟ ସୁରକ୍ଷିତ ଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଅଦ୍ୟାବଧି ୨.୬ ଲକ୍ଷ ଭାରତୀୟ ସ୍ୱଦେଶ ଫେରିଛନ୍ତି ।
-
ଭୟଙ୍କର ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ -
୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ନନ୍ଦିଗ୍ରାମରୁ ଲଢ଼ିବେନି ମମତା, ଜାଣନ୍ତୁ କେଉଁଠୁ କରିବେ ପ୍ରତିଦ୍ୱନ୍ଦିତା -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ












Click it and Unblock the Notifications