Jacqueline Fernandez Summon: ପୁଣି ଚିନ୍ତାରେ ଜ୍ୟାକଲିନ, ଇଡି ଜାରି କଲା ସମନ
Jacqueline Fernandez Summon: ବୁଧବାର ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲରେ ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଅଡୁଆ । ମନି ଲଣ୍ତିଂ ମାମଲାରେ ସମନ ଜାରି କଲା ଇଡି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଆଉ ଥରେ ପଚରାଉଚରା କରିବା ପାଇଁ ଅଭିନେତ୍ରୀଙ୍କୁ ସମନ ଜାରି କରିଛି ।
ଅର୍ଥ ହେରଫେର ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟ ଅନୁଯାୟୀ, ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ବନ୍ଧୁ ହେବା ପରେ ସେ ତାଙ୍କୁ (ଜ୍ୟାକଲିନ ଫର୍ଣ୍ଣାଣ୍ଡିସ) କୋଟି ଟଙ୍କା ମୂଲ୍ୟର ମହଙ୍ଗା ଉପହାର ଦେଇଛନ୍ତି।

ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ଦାବି କରିଛି ଯେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଗ୍ରହଣ କରିଥିବା ମହଙ୍ଗା ଉପହାରରେ ଗୁଚି ବ୍ୟାଗ, ଅଳଙ୍କାର, ମହଙ୍ଗା ପୋଷାକ, 15ଟି କାନଫୁଲ, 5 ବିର୍କିନ୍ ବ୍ୟାଗ, YSL ବ୍ୟାଗ, ମହଙ୍ଗା ଜୋତା, ସୁପର ବିଳାସପୂର୍ଣ୍ଣ ବ୍ରାଣ୍ଡ ବ୍ରେସଲେଟ୍, ବଙ୍ଗଳା ଏବଂ ରୋଲକ୍ସ ସାମିଲ ଅଛି ।
ଇଡି ଅଭିଯୋଗ କରିଛି ଯେ ସବୁକିଛି ଜାଣିବା ସତ୍ତ୍ୱେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଚନ୍ଦ୍ରଶେଖରଙ୍କଠାରୁ ମୂଲ୍ୟବାନ ସାମଗ୍ରୀ, ଅଳଙ୍କାର ଏବଂ ମହଙ୍ଗା ଉପହାର ନେଉଥିଲେ। ପ୍ରକୃତରେ, ଜାକଲିନଙ୍କୁ ଏକ ଜାଲିଆତି ମାମଲାରେ ଇଡି ପଚରାଉଚରା କରିସାରିଛି ଏବଂ ବର୍ତ୍ତମାନ ସେ ଜାମିନରେ ଅଛନ୍ତି।












Click it and Unblock the Notifications