ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡରେ ୧୦ ମୃତ
Jabalpur Hospital Fire :ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡରେ ୧୦ ମୃତ > ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କରାଯିବା ସହ ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହା ସହ ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ଉ
ଭୋପାଳ: ମଧ୍ୟ ପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଆଶଙ୍କା କରାଯାଇଛି । ଜବଲପୁର ନ୍ୟୁ ଲାଇଫ୍ ମଲ୍ଟି ହସ୍ପିଟାଲରେ ନିଆଁ ଲାଗିଛି । ଅଗ୍ନିଶମବାହିନୀର ଗାଡି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା । ତେବେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଛି ବୋଲି ଜବଲପୁର ଏସପି ଅଖିଲେଶ ଗୌର କହିଛନ୍ତି ।

ଡାକ୍ତରଖାନାରେ କେତେ ସଂଖ୍ୟାରେ ରୋଗୀ ଭର୍ତ୍ତି ଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହସ୍ପିଟାଲର କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୧୦୦ ଥିବା ତେବେ ଅଗ୍ନିକାଣ୍ଡରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହାର ସୂଚନା ମିଳିନାହିଁ ।
#UPDATE | Around 9-10 people have lost their lives in the fire that broke out at New City House Hospital in Jabalpur, due to a short circuit: Siddharth Bahaguna, Jabalpur SP https://t.co/iXp9whWEOE
— ANI MP/CG/Rajasthan (@ANI_MP_CG_RJ) August 1, 2022
ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାରଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କରାଯିବା ସହ ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହା ସହ ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ।












Click it and Unblock the Notifications