ଜେପି ନଡ୍ଡାଙ୍କ ଦୁଇ ଦିନିଆ ରାଜସ୍ଥାନ ଗସ୍ତ
ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଅନେକ ସଭା ସହ କିଛି ନୂତନ କାର୍ଯ୍ୟର କରିବେ ଉଦ୍ଘାଟନ ।
ନୂଆଦିଲ୍ଲୀ:ଆଜି ଠାରୁ ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଅନେକ ସଭା ସହ କିଛି ନୂତନ କାର୍ଯ୍ୟର କରିବେ ଉଦ୍ଘାଟନ । ଗସ୍ତର ପ୍ରଥମ ଦିନରେ ବିଜେପି ମୁଖ୍ୟ ଶ୍ରୀଗଙ୍ଗନଗରର ସୁରତଗଡ ସହରର ବିକାନେର ଜିଲ୍ଲାର ବୁଥ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ରାଜ୍ୟର କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି। ଅନ୍ୟପଟେ ମୋଦି ସରକାରଙ୍କର କରିଛନ୍ତି ପ୍ରଶଂସା।

ବୁଧବାର ନଡ୍ଡା ହନୁମାନଗଡ ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ କରିବେ। ନଡ୍ଡାଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବେଳେ ରାଜସ୍ଥାନ ଇନଚାର୍ଜ ଅରୁଣ ସିଂ ଏବଂ ବିଜେପି ରାଜସ୍ଥାନର ମୁଖ୍ୟ ଡ ସତୀଶ ପୁନିଆ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସୁରତଗଡ,ଗଙ୍ଗନଗର ଏବଂ ହନୁମାନଗଡରେ କାର୍ଯ୍ୟାଳୟର ଏବଂ ସ୍ଥାନଗୁଡିକ ଯାଞ୍ଚ କରିବେ ନଡ୍ଡା। ଦୁଇ ଦିନ ପର୍ଯ୍ୟନ୍ତ ଶାହାଙ୍କ ସହିତ ଉଭୟ ଅରୁଣ ସିଂହ ଏବଂ ସତୀଶ ପୁନିଆ ମଧ୍ୟ ଉପସ୍ଥିତ ରହିବେ ।












Click it and Unblock the Notifications