ବର୍ଷା ବିତ୍ପାତ: ସବୁ ସ୍କୁଲ୍ ଛୁଟି ଘୋଷଣା
ଜମ୍ମୁକାଶ୍ମୀରରେ ଜଳ ତାଣ୍ଡବ । ପ୍ରବଳ ବର୍ଷା ପରେ ଫୁଲିଲା ନଦୀ । ଲଗାଣ ବର୍ଷା କାରଣରୁ ୨ଟି ନଦୀର ଜଳସ୍ତର ବୃଦ୍ଧି । ଫଳରେ ରଜୌରୀରେ ବନ୍ୟା ପରିସ୍ଥିତି । ବର୍ଷା ଓ ଜଳବନ୍ଦ ସ୍ଥିତିକୁ ଦୃଷ୍ଟିରେ ରଖି ଆଖି ରୌଜରୀରେ ସମସ୍ତ ସ୍କୁଲ ଛୁଟି । ଉଭୟ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ।
ତେବେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପରେ ନଜର ରଖାଯାଇଛି । ଲୋକଙ୍କ ଜୀବନ କେମିତି ସୁରକ୍ଷିତ ଉଦ୍ଧାର ହେବ ସେନେଇ ପ୍ରଶାସନ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି । ପୁଣି ମୌସୁମୀର ପ୍ରଭାବରେ ସେପଟେ ହିମାଚଳରେ ହାହାକାର ପରିସ୍ଥିତି ଦେଖା ଦେଇଛି ।

ଲଗାଣ ବର୍ଷା ଫଳରେ ହିମାଚଳରେ ଏଯାଏଁ ୧୪୨ଟି ରାସ୍ତା ବନ୍ଦ ହୋଇଛି । ସେହିପରି କେବଳ ମଣ୍ଡିରେ ୯୧ଟି ସଡକ ବର୍ଷା ଏବଂ ଭୂସ୍କଳନ ପାଇଁ ବନ୍ଦ ହୋଇଯାଇଛି , କୁଲ୍ଲୁରେ ୩୩ଟି ରାସ୍ତାର ଅବସ୍ଥା ସାଙ୍ଘାତିକ । ପ୍ରକୃତିର ତାଣ୍ଡବରେ ଜଳ ଯୋଗାଣ ଏବଂ ବିଜୁଳି ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାଘାତ ଘଟିଛି । ମଣ୍ଡିରେ ଏକ ପେଟ୍ରୋଲ ପମ୍ପରେ ମାଟି ଧସି ପଡିଛି । ତେବେ ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶ ଯାଉଥିବା ଯାତ୍ରୀଙ୍କୁ ବୁଲି ନଯିବାକୁ ପରାମର୍ଶ ଜାରି କରାଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications