କୁଲଗାମରେ ଏନକାଉଣ୍ଟର, 2 ଆତଙ୍କୀ ନିପାତ
ଜମ୍ମୁ ଓ କାଶ୍ମୀର କୁଲଗାମ୍ ଜିଲ୍ଲାର ନୌପରା-ଖେରପୋରା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କୁଲଗାମ୍ ଜିଲ୍ଲାର ନୌପରା-ଖେରପୋରା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । କାଶ୍ମୀର ଜୋନ୍ ପୋଲିସ ଏନେଇ ସୂଚନା ଦେଇଛି ।

ପ୍ରଥମେ ନୌପରା-ଖେରପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସର୍ଚ୍ଚ ଅପେରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ତେବେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଛନ୍ତି । ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଦୁଇ ଆତଙ୍କୀ କେଉଁ ସଙ୍ଗଠନର ତାହାକୁ ନେଇ କୌଣସି ସୂଚନା ମିଳିନାହିଁ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।












Click it and Unblock the Notifications