ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଘଟଣାରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା,ଆକ୍ରମଣ ସ୍ଥଳକୁ ଆଜି ଗସ୍ତ କରିବେ ଅମିତ ଶାହା

ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨, ୨୦୨୫ରେ ହୋଇଥିବା ଏକ ଆତଙ୍କୀ ଆକ୍ରମଣରେ ଅତି କମରେ ୨୬ ଜଣ ପର‌୍ୟ୍ୟଟକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଯେଉଁଥିରେ ଦୁଇ ଜଣ ବିଦେଶୀ ନାଗରିକଙ୍କ ସହ ଦୁଇଜଣ ସ୍ଥାନିୟ ଲୋକ ମଧ୍ୟ ରହିଛନ୍ତି। ଅନେକ ପର‌୍ୟ୍ୟଟକ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ଏହା ସାମ୍ପ୍ରତିକ ବର୍ଷଗୁଡ଼ିକରେ କାଶ୍ମୀରରେ ହୋଇଥିବା ସବୁଠାରୁ ମର୍ମନ୍ତୁଦ ଆକ୍ରମଣମାନଙ୍କ ମଧ୍ୟରୁ ଗୋଟିଏ।

ଆତଙ୍କବାଦୀ ଆକ୍ରମଣ ଘଟଣାରେ କେତେକ ପର୍ଯ୍ୟଟକଙ୍କର ମୃତାହତ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଶ୍ରୀନଗର ଠାରୁ ୮୫ କିଲୋମିଟର ଦୂର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି । ସେଠାରେ ସେନା, ସି.ଆର୍‍.ପି.ଏଫ୍‍. ଏବଂ ଜାମ୍ମୁ କାଶ୍ମୀର ପୁଲିସ୍‍ର ମିଳିତ ତଲାସୀ ଅଭିଯାନ ଜାରି ରହିଛି ।

ପହଲଗାମ୍‍ର ଆକ୍ରମଣ ସ୍ଥଳରୁ ୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ବାହିନୀ, ସନ୍ଧାନୀ କୁକୁର ଏବଂ ଅନ୍ୟାନ୍ୟ ବୈଷୟିକ ବ୍ୟବସ୍ଥା ନିୟୋଜିତ କରାଯାଇଛି । ରାଜପଥ ଏବଂ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଅତିରିକ୍ତ ଚେକ୍‍ପୋଷ୍ଟ ସ୍ଥାପନ କରାଯିବା ସହ ପ୍ରମୁଖ ପ୍ରତିଷ୍ଠାନ ଏବଂ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ତ୍ୱରିତ କ୍ରୀୟାନୁଷ୍ଠାନ ବାହିନୀ ମୁତୟନ ହୋଇଛନ୍ତି ।

ଉତ୍ତର ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ୍‍ ଏମ୍‍.ଭି. ସୁଚେନ୍ଦ୍ର କୁମାରଙ୍କୁ ଆଜି ଶ୍ରୀନଗର ସ୍ଥାନୀୟ ସୁରକ୍ଷା ବାହିନୀ ପକ୍ଷରୁ ଉପତ୍ୟକାର ସାମ୍ପ୍ରତିକ ସ୍ଥିତି ନେଇ ଅବଗତ କରାଇବେ । ଶ୍ରୀନଗର, ଗୁଲମାର୍ଗ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପର୍ଯ୍ୟଟକଙ୍କ ରହଣୀ ସ୍ଥଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଉଦ୍ଧାର ଏବଂ ଚିହ୍ନଟ କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ଚୂଡ଼ାନ୍ତ ତଥ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ସୁରକ୍ଷା ସଂସ୍ଥା ସୂଚନା ଦେଇଛି । ପର୍ଯ୍ୟଟକଙ୍କ ସମ୍ପର୍କରେ ସୂଚନା ପ୍ରଦାନ ଲକ୍ଷ୍ୟ ନେଇ ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତକାଲି ଶ୍ରୀନଗରରେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ARMY

ଶାହା ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆକ୍ରମଣ ସ୍ଥଳ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଆଲୋଚନା କରିବା ସହିତ ଡାକ୍ତରଖାନାକୁ ଯାଇ ଚିକିତ୍ସାଧୀନ ଆହତଙ୍କ ସହ କଥାବାର୍ତ୍ତା କରିବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଗତ ରାତିରେ ଶ୍ରୀନଗରରେ ପହଞ୍ôଚଛନ୍ତି । ଏହା ପୂର୍ବରୁ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ସେଠାକାର ଅଧିକାରୀଙ୍କ ସହ ଶ୍ରୀ ଶାହା ଆଲୋଚନା କରିଥିଲେ । ଏହି ଆତଙ୍କବାଦୀ କାର୍ଯ୍ୟରେ ଜଡ଼ିତ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+