ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ସନ୍ଧ୍ୟା ୫ ଟା ସୁଦ୍ଧା ୫୮.୧୯% ମତଦାନ

Jammu and Kashmir Assembly Election 2024: ଜାମ୍ମୁ କାଶ୍ମୀରର ଶ୍ମୀରର ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି । ଆଜି ଭାରତର ନିର୍ବାଚନ ଆୟୋଗ ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସଂନ୍ଧ୍ୟା ୫ ଟା ସୁଦ୍ଧା ୫୮.୧୯% ଭୋଟ୍ ରେକର୍ଡ କରାଯାଇଛି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟରମାନେ ବୁଥ୍ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇ ମତଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ଅଦ୍ୟାବଧୂ କାଶ୍ମୀର ଉପତ୍ୟକାର ସୋପିଆନ୍ ଅଞ୍ଚଳର ୧୬ଟି ନିର୍ବାଚନ କ୍ଷେତ୍ରରେ ମତଦାନ ହାର ଅଧିକ ରହିଛି । ଭୋଟ୍ ଗ୍ରହଣରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Jammu and Kashmir Assembly Election 2024

ସୂଚନାଯୋଗ୍ୟ ଆଜି ୨୩ଲକ୍ଷ ୨୭ହଜାର ୫୮୦ ଜଣ ଭୋଟର ୨୧୯ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥୁମଧ୍‌ଯରେ ସ୍ୱାଧୀନ ପ୍ରାର୍ଥୀ ଭାବେ ୯୦ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୨୦୧୯ ଅଗଷ୍ଟ ମାସରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+