J&K polls: ପ୍ରଚାର ବେଳେ ଅସୁସ୍ଥ ହେଲେ କଂଗ୍ରେସ ମୁଖିଆ ,ସୁସ୍ଥ ହେବା ପରେ କହିଲେ...
ନୂଆଦିଲ୍ଲୀ: ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟ ହେବ। ଆଜି ପ୍ରଚାରର ଶେଷ ହେଉଥିବାରୁ ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଦୀର୍ଘ ଗୋଟିଏ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି।
ରବିବାର ଜାମ୍ମୁ କାଶ୍ମୀରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ଏକ ବଡ଼ ଅଘଟଣ ଘଟିଥିଲା । ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କଠୁଆରେ ପହଁଞ୍ଚିଥିବା କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ମଞ୍ଚରେ ଭାଷଣ ଦେବାବେଳେ ହଠାତ ଅସୁସ୍ଥ ହୋଇ ପଡିଛନ୍ତି। ଏହାପରେ ଭାଷଣକୁ ଅଧାରେ ରୋକି ପାର୍ଟି ନେତା ତାଙ୍କ ହାତ ଧରି ଚୌକି ଉପରେ ବସାଇଥିଲେ। ଦଳର ନେତା କହିଛନ୍ତି, ଏବେ ତାଙ୍କର ସ୍ଥିତି ସ୍ଥିର ରହିଛି ।
କିଛି ସମୟପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଖଡ଼ଗେ କହିଥିଲେ 'ଆମେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟର ମାନ୍ୟତା ଫେରାଇ ଆଣିବା ପାଇଁ ଲଢ଼େଇ କରିବୁ। ମୋର ବୟସ ୮୩ ବର୍ଷ ଏବଂ ଏତେ ଶୀଘ୍ର ମରିବାକୁ ଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହିବି।'

ଖଡେଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ପୁଅ ପ୍ରିୟଙ୍କ ଖଡଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, "କଂଗ୍ରେସ ସଭାପତି ଶ୍ରୀ ଖଡଗେ ଜମ୍ମୁ-କଶ୍ମୀରର ଜାସ୍ରୋଟାରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ମେଡିକାଲ ଟିମ ଯାଞ୍ଚ କରିଛି। ତାଙ୍କ ରକ୍ତଚାପ ସାମାନ୍ୟ କମି ଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଚିନ୍ତାପାଇଁ କୃତଜ୍ଞ। ଭଗବାନଙ୍କ କୃପା ଓ ଲୋକଙ୍କ ଭଲ ପାଇବା ଯୋଗୁ ସେ ଆଗକୁ ବଢ଼ିବେ ବୋଲି ଖଡ଼ଗେଙ୍କ ପୁଅ କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ମହାସଚିବ ଗୁଲାମ ଅହମ୍ମଦ ମୀର ପିଟିଆଇକୁ କହିଛନ୍ତି, ସେ ଜସରୋଟାରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ, ସେତେବେଳେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କର ସହଯୋଗୀ ତାଙ୍କୁ ଚୌକିରେ ବସାଇବାରେ ସାହାଯ୍ୟ କରିଥିଲେ।' ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ଥିତି ସ୍ଥିର ରହିଛି। ଖଡଗେ ବିଧାନସଭା ନିର୍ବାଚନରେ ଦଳୀୟ ପାର୍ଥୀଙ୍କ ପାଇଁ ସମର୍ଥନ ଏକାଠି କରିବା ପାଇଁ ଏକ ରାଲିକୁ ସମ୍ବୋଧିତ କରିବା ପାଇଁ ଜରସୋଟ୍ ଯାଇଥିଲେ। ତାଙ୍କର ଉଧମପୁର ଜିଲ୍ଲାର ରାମନଗର ଜନସଭାକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା ବୋଲି ସେ କହିଥିଲେ ।












Click it and Unblock the Notifications