ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟା ପରିସ୍ଥିତି, ଦର୍ଶନ ସ୍ଥଗିତ
ପ୍ରବଳ ବର୍ଷା ଯୋଗୁଁ ଆଜି ଜମ୍ମୁ-କାଶ୍ମୀରର କତ୍ରାରେ ଥିବା ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ ରଖାଯାଇଛି ।
ଶ୍ରୀନଗର: ପ୍ରବଳ ବର୍ଷା ଯୋଗୁଁ ଆଜି ଜମ୍ମୁ-କାଶ୍ମୀରର କତ୍ରାରେ ଥିବା ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ ରଖାଯାଇଛି । ମନ୍ଦିର ନିକଟରେ ପୋଲିସ ଓ ସିଆରପିଏଫ ଯବାନଙ୍କୁ ମୁତୟନ ହୋଇଛନ୍ତି । ତେବେ ବନ୍ୟା ଯୋଗୁଁ ଏ ଯାଏଁ କୌଣସି ଅଘଟଣ ଘଟିଥିବା ନଥିବା ମନ୍ଦିର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର 27,914 ତୀର୍ଥଯାତ୍ରୀ ବୈଷ୍ଣୋ ଦେବୀ ଯାତ୍ରା ପାଇଁ ପଞ୍ଜୀକରଣ କରିଥିଲେ । କିନ୍ତୁ ହଠାତ ଏଭଳି ସ୍ଥିତି ଯାତ୍ରୀଙ୍କୁ ନିରାଶ କରିଥିବା ଦେଖାଦେଇଛି । ଗତ ଜୁଲାଇରେ ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଆସିଥିଲା । ଏହାଦ୍ବାରା ଅମରନାଥ ମାର୍ଗ ଖରାପ ହୋଇଯିବାରୁ ଯାତ୍ରା କିଛି ସମୟ ସ୍ଥଗିତ ରଖାଯାଇଥିଲା । ସ୍ଥାନୀୟ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବାକୁ ବାୟୁସେନା ହେଲିକପ୍ଟର ନିୟୋଜିତ ହୋଇଥିଲେ । ଗତ ଜୁନ 29 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଏଥିପାଇଁ ସିଆରପିଏଫ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।
J&K | Visuals from Katra town where the upward movement of pilgrims to Vaishno Devi temple has been stopped in the wake of heavy rainfall pic.twitter.com/Z3CEjlx1UQ
— ANI (@ANI) August 19, 2022
ହିମାଳୟର ଉପର ଭାଗରେ ଅବସ୍ଥିତ ଭଗବାନ ଶିବଙ୍କ 3,880 ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ ଅମରନାଥ ମନ୍ଦିର ତୀର୍ଥଯାତ୍ରା ପହଲଗାମ ଏବଂ ବାଲଟାର ଯାଆଁଳା ମାର୍ଗରୁ ଅନୁଷ୍ଠିତ ହୋଇଥାଏ ।












Click it and Unblock the Notifications