J & K Assembly Election: ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟିପତି ,୩୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା

Jammu and Kashmir Assembly Election 2024 : ଆସନ୍ତାକାଲି ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ିବ । ଆଉ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ପୋଲିଂ ଅଫିସର ମାନେ ଇଭିଏମ୍ ସହିତ ମତଦାନ କେନ୍ଦ୍ରରେ ପହଁଞ୍ଚଛନ୍ତି । ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୀର୍ଘ ୧୦ ବର୍ଷ ପରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।

ଅନନ୍ତନାଗ ଜିଲ୍ଲାରେ ୬୪,ପୁଲୱାମାରେ ୪୫,ଡୋଡାରେ ୨୫,କୁଲଗାମରେ ୨୫,କିସ୍ତୱାଡରେ ୨୨,ସୋପିଆନରେ ୨୧ ଓ ରମ୍ବନରେ ୧୫ ଜଣ ପ୍ରାର୍ଥୀ ଏମିତି ପ୍ରଥମ ପର୍ଯ୍ୟାୟ ପାଇଁ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀ । ନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ଶହ କଂପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।

j amp amp k assembly election

ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ଶେଷ ଦିନରେ ବିଜେପି,କଂଗ୍ରେସ ଓ ନାସନାଲ କନଫରେନ୍ସ ଜୋରଦାର ପ୍ରଚାର କରିଥିଲେ ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏଥିମଧ୍ୟରେ ୯ ଜଣ ମହିଳା ଏବଂ ୯୨ ଜଣ ସ୍‌ାଧୀନ ପ୍ରାର୍ଥୀ ଅଛନ୍ତି। ଆଉ ଏଥିମଧ୍ୟରୁ ୧୧୦ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ୩୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।
ଏହି ପର୍ଯ୍ୟାୟରେ ମେହେବୁବା ମୁଫତି ପରିବାରର ଗଡ଼ ଥିବା ବିଜବେହାର ଆସନ ମଧ୍ୟ ରହିଛି । ଏଠାରୁ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଝିଅ ଇଲଟିଜା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବରୁ ଜାମ୍ମୁ କାଶୀରରେ ମେହବୁବା ମୁଫତି ଏବଂ ତାଙ୍କ ପିତା ମହମ୍ମଦ ସୟିଦ୍ ସିଏମ୍ ରହି ସାରିଛନ୍ତି ।

ସେପ୍େଟମ୍ବର ୧୮, ସେପ୍େଟମ୍ବର ୨୫ ଏବଂ ଅକ୍ଟୋବର ୧ ରେ ଜାମ୍ମୁ କାଶ୍ମୀରର ୯୦ ଟି ବିଧାନସଭା ଆସନରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଅକ୍ଟୋବର ୮ ରେ ଫଳାଫଳ ଘୋଷଣା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+