ସୋପିଆନ ଏନକାଉଣ୍ଟର: ଦୁଇ ଆତଙ୍କୀ ନିପାତ, ଅପରେସନ ଜାରି
କାଶ୍ମୀର ସୋପିଆନ ଜିଲ୍ଲାରେ ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳତା । ଏହି ଏନକାଉଣ୍ଟରେ ଦୁଇ ଆତଙ୍କୀ ସଫା ।
ଶ୍ରୀନଗର: କାଶ୍ମୀର ସୋପିଆନ ଜିଲ୍ଲାରେ ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳତା । ଏହି ଏନକାଉଣ୍ଟରେ ଦୁଇ ଆତଙ୍କୀ ସଫା । ବର୍ତ୍ତମାନ ସୁଦ୍ଧା ଦୁଇ ଆତଙ୍କୀଙ୍କ ପରିଚୟ ଜଣାପଡିନାହିଁ ବୋଲି ପୋଲିସ ସୂଚନା ଦେଇଛି। ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ଅପେରେସନ ଆରମ୍ଭ କରିଥିଲା ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏନେଇ ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ''ଆଣ୍ଟି ଟେରର ଅପରେସନ''କୁ ଜୋରଦାର କରିଛି ।
ପୂର୍ବରୁ ନୌଶେରା ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇରୁ ତିନିଜଣ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିଥିଲା । ଜଣେ ଆତଙ୍କବାଦୀକୁ ଗୁଳି କରାଯିବା ପରେ ଆହତ ଅବସ୍ଥାରେ କାବୁ କରାଯାଇଥିଲା । ପରେ ତା ଠାରୁ ଏହି ସୂଚନା ପାଇଥିଲା ସେନା ।












Click it and Unblock the Notifications