Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କୁ ଡ଼େଇଁବାକୁ ପଡ଼ିଲା ପାଚେରୀ, ହେଲେ କାହିଁକି?

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋମବାର ଶ୍ରୀନଗର ନୌହଟ୍ଟା ଅଞ୍ଚଳରେ ସହିଦମାନଙ୍କର ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପାଇଁ ଏକ ପା‌ଚେରି ଡେଇଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କର୍ତ୍ତୃପକ୍ଷମାନେ ଅଟକାଇବାରୁ ସେ ପାଚେରୀ ଡେଇଁଛନ୍ତି। ଉକ୍ତ ସ୍ଥଳକୁ ଗମନାଗମନ ଉପରେ କଟକଣା‌ ଲାଗିଥିଲା ଏବଂ ପୁଲିସ ଉକ୍ତ ସ୍ଥାନକୁ କାହାକୁ ଛାଡ଼ୁ ନଥିବାବେଳେ ଅବଦୁଲ୍ଲା କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଦଳୀୟ ନେତାମାନଙ୍କ ସହଯୋଗରେ ଉକ୍ତ ସ୍ଥାନକୁ ଯାଇଥିଲେ।

jammu cm

ଅବଦୁଲ୍ଲା ସମାଧିସ୍ଥଳରେ ପହଞ୍ଚିବାପାଇଁ ନକଶବନ୍ଦ ସାହେବ ଦରଘା ଗେଟ୍‌ ଡେଉଁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହାପରେ ଏକ୍ସରେ ଏକ ପୋଷ୍ଟ୍‌ କରି ଅବଦୁଲ୍ଲା କହିଛନ୍ତି, '୧୯୩୧ ଜୁଲାଇ ୧୩ ସହିଦଙ୍କ ସମାଧିସ୍ଥଳରେ ସମ୍ମାନ ଜ୍ଞାପନ କଲି। ଅଣନିର୍ବାଚିତ ସରକାର ନୌହଟ୍ଟା ଚୌକ ନିକଟରେ ମୋ ରାସ୍ତା ବନ୍ଦ କରିବାପାଇଁ ଚେଷ୍ଟା କରିଥିଲେ। ସେମାନେ ନକଶବନ୍ଦ ସ୍ଥଳ ଗେଟ୍‌ ବନ୍ଦ କରିଦେଲେ। ଫଳରେ ମ‌େତ ପା‌ଚେରି ଡେଇଁବାକୁ ପଡ଼ିଲା ବୋଲି ଅବଦୁଲ୍ଲା ପୋଷ୍ଟ୍‌ କରି କହିଛନ୍ତି। ତାଙ୍କୁ ‌ସେଠାରେ ଠେଲାପେଲା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+