ଜମ୍ମୁ କଶ୍ମୀର ବାଦଲ ଫଟା ବର୍ଷା: ୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା
ଭାରତର ଭୂ ସ୍ୱର୍ଗ ଜମ୍ମୁ କଶ୍ମୀର । ଯେଉଁଠିକୁ ଜୀବନ କାଳରେ ଥରୁଟିଏ ହେଉ ପଛେ ବୁଲିଯିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ଏହାର ସୌନ୍ଦର୍ଯ୍ୟ ଏହାର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରେ । ହେଲେ ଏବେ ଏହି ସ୍ଥାନର ସ୍ଥିତି ପୁରା ବେହାଲ । କାରଣ ପ୍ରକୃତି ଏଠି ତାଣ୍ଡବ ରଚିଛି । ପ୍ରଳୟର ୩ ଦିନ ପରେ ବି ମାଟି, କାଦୁଅ ତଳୁ ଚାଲିଛି ଜୀବନ ସନ୍ଧାନ । ଆଉ ଯିଏ ବଞ୍ଚି ଯାଇଛି ସେ ଖୋଜୁଛି ନିଜ ଘର ଠିକଣା । ହେଲେ ଏଠି ଘର ନାହିଁ କି ଦ୍ବାର ନାହିଁ । ନିଜ ଅଞ୍ଚଳକୁ ଚିହ୍ନିବା ବି ମୁସ୍କିଲ । ପ୍ରକୃତିର ତାଣ୍ଡବ ଯେ କେତେ ଭୟଙ୍କର, ଏ ଭିଡିଓରୁ ଅନୁମାନ କରି ହେଉଥିବ । ଜମ୍ମୁ ଓ କାଶ୍ମୀର କିସ୍ତୱାରରେ ପ୍ରଳଙ୍କକାରୀ ତାଣ୍ଡବ ସବୁକିଛି ଧ୍ବସ୍ତ ବିଧ୍ବସ୍ତ କରି ଦେଇଛି । ଏଯାଏଁ ପ୍ରାୟ ୭୦ ମୃତଦେହ ଉଦ୍ଧାର ହୋଇଥିବା ବେଳେ,ଏବେ ବି ଅନେକ ନିଖୋଜ ଅଛନ୍ତି ।

ଭାରତୀୟ ସେନା, NDRF, SDRF, Police ଏବଂ ସ୍ଥାନୀୟ ପ୍ରଶାସନ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ । ଉଚ୍ଛୁଳା ପାଣି ସୁଅରେ ଅନେକ ଭାସି ଯାଇଛନ୍ତି । ବାଦଲ ଫଟା ବର୍ଷା ସବୁକିଛି ଉଜାଡ଼ି ଦେଇଛି । ୨୫ ଜୁଲାଇରୁ ଆରମ୍ଭ ହୋଥିବା ସ୍ଥାନୀୟ ମଚେଲ ମାତା ଯାତ୍ରାରେ ସାମିଲ ଶ୍ରଦ୍ଧାଳୁଙ୍କ ସମେତ ୨୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଶତାଧିକ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । କିସ୍ତୱାରର ଚସୋତି ଗାଁରେ ବିପର୍ଯ୍ୟୟରେ ୨ ଜଣ ଯବାନଙ୍କ ଜୀବନ ଯାଇଛି । ସେପଟେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିପରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications