Jammu and Kashmir Assembly Election : ଶେଷ ପର୍ଯ୍ୟାୟ ପାଇଁ ଶେଷ ହେଲା ପ୍ରଚାର, ଅକ୍ଟୋବର ୧ରେ ପଡ଼ିବ ଭୋଟ
Jammu and Kashmir Assembly Election: ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟ ହେବ। ଆଜି ପ୍ରଚାରର ଶେଷ ହେଉଥିବାରୁ ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଦୀର୍ଘ ଗୋଟିଏ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ।
ଅକ୍ଟୋବର ପହିଲାରେ ଏହି ପର୍ଯ୍ୟାୟରେ ୪୦ଟି ବିଧାନସଭା ଆସନରେ ମତଦାନ ହେବ। ଜାମ୍ମୁର ୪୦ଟି ଆସନ ମଧ୍ୟରୁ ଜମ୍ମୁର ୨୪ଟି ଏବଂ ଉତ୍ତର କଶ୍ମୀରର ୧୬ଟି ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେବାକୁ ଥିବାବେଳେ କାଶ୍ମୀରରେ ଇଣ୍ଡିଆ ମେଣ୍ଟ ଓ ଜମ୍ମୁ- କଶ୍ମୀର ପିପୁଲ୍ସ କନଫରେନ୍ସ ଏବଂ ଆୱାମୀ ଇତେହାଦ ପାର୍ଟି ମଧ୍ୟରେ ମୁକାବିଲା ହେବ ।
ଏହି ପର୍ଯ୍ୟାୟରେ କଂଗ୍ରେସ, ବିଜେପି, ଏନ୍ସି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ନିର୍ବାଚନ ଦୌଡ଼ରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ବିଜେପିର ରାଜୀବ ଶର୍ମା, ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସତୀଶ ଶର୍ମା, ନରିନ୍ଦର ସିଂ ଭାଇ, କଂଗ୍ରେସର ରମଣ ଭଲ୍ଲା, ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସାମଲାଲ ଶର୍ମା, ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଅଜୟ ସା ସାଧୋତ୍ରା, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ବାସୋଲି ଚୌଧୁରୀ ଲାଲ ସିଂ,

ବିଜେପିର ଦର୍ଶନ ସିଂ, ପୂର୍ବତନ ମନ୍ତ୍ରୀ ହର୍ଷଦେବ ସିଂ, ବିଜେପି ପ୍ରାର୍ଥୀ ବଳବର ସିଂ ଡେମୋକ୍ରାଟିକ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ପ୍ରାର୍ଥୀ ଗୁଲାବ ନବୀ ଆଜାଦ୍ ଅଛନ୍ତି । ୨୦୧୪ରେ ବିଜେପି ଜାମ୍ମୁ ଡିଭିଜନର ୩୭ଟି ଆସନ ମଧ୍ୟରୁ ୨୫ଟିରେ ଏବଂ ଜମ୍ମୁ ଜିଲ୍ଲାର ୧୧ଟି ଆସନରୁ ୯ଟିରେ ବିଜୟୀ ହୋଇଥିଲା।
ସେପ୍େଟମ୍ବର ୧୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିବା ବେଳେ ୨୫ ତାରିଖରେ ଲୋକ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ ମୋଟ ୪୦ଟି ଆସନ ପାଇଁ ୧ ତାରିଖରେ ଭୋଟ ହେବ। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।












Click it and Unblock the Notifications