ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଇସ୍ତାହାର,ଜାଣନ୍ତୁ ଦଳ କଣ ଦେଇଛି ପ୍ରତିଶ୍ରୁତି

Jammu and Kashmir Assembly Election 2024 : ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ସୋମବାର ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି। ଏହି ଘୋଷଣା ପତ୍ରର ନାମ ' ଅବ ବଦଲେଗା ହାଲତ' ରଖିଛି। କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ଏକ ସଂଖ୍ୟାଲଘୁ କମିସନ ଗଠନ ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଭୂମିହୀନ କୃଷକମାନଙ୍କୁ ମାସିକ ୪୦୦୦ ଟଙ୍କାର ସହାୟତା ଦିଆଯିବ ।

ଏହି ଅବସରରେ ଜମ୍ମୁ-କଶ୍ମୀର କଂଗ୍ରେସ ସଭାପତି ତାରିକ୍ ହମିଦ କରରା ଏବଂ ବରିଷ୍ଠ କଂଗ୍ରେସ ନେତା ପୱନ ଖେରାଙ୍କ ସମେତ ଜମ୍ମୁ-କଶ୍ମୀରର ନେତାମାନେ ମଧ୍ୟ ଥିଲେ। ତାରିକ୍ ହମିଦ କରରା କହିଛନ୍ତି ଯେ କଂଗ୍ରେସ ଦଳର ଏହି ଇସ୍ତାହାର ଲୋକଙ୍କ ଦାବି ଆଧାରରେ ପ୍ରସ୍ତୁତ କରାଯାଇଛି।

Haath Badlega Halaat manifesto

କଂଗ୍ରେସ ନେତା ପବନ ଖେଡା ଓ ତାରିଖ ହମିଦ କର୍ରା ମାନିଫେଷ୍ଟୋ ପଢି କହିଛନ୍ତି ଯେ ଗତ ୧୦ ବର୍ଷରେ ପରିସ୍ଥିତି ଏମିତି ହୋଇଛି ଯେ କାଶ୍ମୀରର ହୃଦୟ ବିଦାରିତ ହୋଇଛି ଏବେ ଏଥିରେ ମଲମ ଲଗାଇବାର ଏବେ ସମୟ ଆସିଛି। ଖେରା କହିଛନ୍ତି, ଗତ ୧୦ ବର୍ଷ ଧରି କାଶ୍ମୀରର ସ୍ଥିତି କଶ୍ମୀରର ହୃଦୟକୁ କ୍ଷତରେ ଭରି ଦେଇଛି।

କିନ୍ତୁ ଏବେ ସେହି କ୍ଷତରେ ବାମ ଲଗାଇବାର ସମୟ ଆସିଛି। ଜମ୍ମୁ-କଶ୍ମୀରରେ ଏକ ଲମ୍ବା ରାତି ଶେଷ ହେବାକୁ ଯାଉଛି ଏବଂ ସକାଳ ହେବାକୁ ଯାଉଛି । ଗତ ୧୦ ବର୍ଷ ଧରି ଦିଲ୍ଲୀରେ ଏମିତି ଏକ ସରକାର ଚାଲିଛି ଯେଉଁଥିରେ ଲୋକଙ୍କ ସ୍ୱର ଶୁଣାଯାଉନାହିଁ । ଏହାକୁ ଦୃଷ୍ଟିରେ ରଖି ଆମ ଟିମ୍ ୨୨ଟି ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲା ଏବଂ ସେହି ଅନୁଯାୟୀ ଆମର ଇସ୍ତାହାର ପ୍ରସ୍ତୁତ କରାଯାଇଥିଲା। ଏହି ଇସ୍ତାହାର କେବଳ କାଗଜର ବଣ୍ଡଲ ନୁହେଁ। ଏହା ହେଉଛି ଆମର ଗ୍ୟାରେଣ୍ଟି ।

ସେ ଆହୁରି କହିଛନ୍ତି ଯେ କାଶ୍ମୀରର ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। କାରଣ ଏଠାରେ ଦିଲ୍ଲୀର ଶାସନ ଚାଲିଛି। ଏଣୁ କାଶ୍ମୀର ଏବେ ସ୍ୱପ୍ନର କବରରେ ପରିଣତ ହୋଇଛି। ଘୋଷଣାପତ୍ରକୁ ନେଇ ସେ କହିଛନ୍ତି ଯେ ଏହି କାଗଜ ପ୍ରତିଶ୍ରୁତିର ପାହାଡ ନୁହେଁ, ଆମେ ଅଧିକାରର କଥା କହୁଛୁ କାରଣ ପୁରା ସମ୍ବିଧାନ ଅଧିକାର ଓ ହକ୍ ଉପରେ ଆଧାରିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+